ଗ୍ରୀଷ୍ମ ପ୍ରବାହରେ ପେଟ୍ରୋଲ ପମ୍ପରେ କୁଲର ସେବା

ପାତ୍ରପୁର,(ୱେଇଏନଏସ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତୈଳ ନେବା ପାଇଁ ଲମ୍ବା ଲାଇନକୁ ଦୃଷ୍ଟିରେ ରଖି ପାତ୍ରପୁର ବ୍ଲକ ସାମନ୍ତିଆପଲ୍ଲୀସ୍ଥିତ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ପକ୍ଷରୁ ଗ୍ରାହକଙ୍କ ପାଇଁ ଶୀତଳ ପବନ ଓ ଥଣ୍ଡା ପାଣିର ବ୍ୟବସ୍ଥା କରାଯାଇଛି। ଗତ କିଛି ଦିନ ଧରି ବିଭିନ୍ନ ସ୍ଥାନରେ ତୈଳ ସଂଗ୍ରହକୁ ନେଇ ଗ୍ରାହକମାନେ ଦୀର୍ଘ ସମୟ ଧରି ଲାଇନରେ ରହୁଥିବା ବେଳେ କେତେକ ପମ୍ପରେ ତୈଳ ଅଭାବ ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ସାମନ୍ତିଆପଲ୍ଲୀ ପେଟ୍ରୋଲ ପମ୍ପରେ ନିୟମିତ ଭାବେ ସେବା ଯୋଗାଇବା ସହ ଦୁଇଟି ବଡ଼ କୁଲର ଲଗାଯାଇଛି। ଫଳରେ ଖରାରେ ତୈଳ ନେବାକୁ ଆସୁଥିବା ଗ୍ରାହକମାନେ କିଛି ସମୟ ବସି ଶୀତଳ ପବନର ଆନନ୍ଦ ନେଉଥିବା ସହ ଥଣ୍ଡା ପାଣି ପିଇ ସ୍ୱସ୍ତି ଅନୁଭବ କରୁଥିବା ଦେଖାଯାଇଛି। ଗ୍ରାହକଙ୍କ ସୁବିଧା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ପମ୍ପ ମାଲିକ ସୁରେଶ କୁମାର ଦ୍ୟାନ ସାମନ୍ତରା ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ