ଖାଉଟିଙ୍କ ଅଣ୍ଟା ଭାଙ୍ଗିଦେଲାଣି ଦରବୃଦ୍ଧି

କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) : ଥମୁନି ଯୁଦ୍ଧ, ବଦଳୁନି ସ୍ଥିତି।ଏହାର ପ୍ରଭାବରେ ପେଟ୍ରୋଲ ଠାରୁ ଆରମ୍ଭ କରି ଡିଜେଲ, ଖାଇବା ତେଲ ଓ ଜାଳେଣି ସିଲିଣ୍ଡର ଦର ବୃଦ୍ଧି ହୋଇ ଖାଉଟି ଙ୍କ ଅଣ୍ଟା ଭାଙ୍ଗି ଦେଲାଣି। କିନ୍ତୁ ଦରବୃଦ୍ଧି ସମସ୍ତ ବ୍ୟକ୍ତି ବିଶେଷ ଙ୍କୁ ମୁଣ୍ଡରେ ଚଡକ ପକାଇଛି। ପେଟ୍ରୋଲଜାତ ସାମଗ୍ରୀ ଦରବୃଦ୍ଧିର ପ୍ରଭାବ ଅନ୍ୟାନ୍ୟ ସାମଗ୍ରୀ ଉପରେ ପଡ଼ିଥିବା ବେଳେ ପୁରୀ ଜିଲ୍ଲା ଅସ୍ତରଙ୍ଗ ମୁଖ୍ୟ ବଜାର ସାପ୍ତାହିକ ହାଟ ମଙ୍ଗଳବାର ଦିନ ମଧ୍ୟ ପନିପରିବା ଦର ଏଥିରୁ ବାଦ ପଡ଼ିନାହିଁ। ସଜନା ଛୁଇଁ କିଲୋ ୧୨୦ଟଙ୍କା, ପୋଟଳ ୭୦ଟଙ୍କା, ବାଇଗଣ ୭୦ରୁ ୮୦ଟଙ୍କା, କଲରା ୬୦ଟଙ୍କା, ଟମାଟୋ ୪୦ରୁ ୫୦ଟଙ୍କା, ଟଙ୍କାରେ ବିକ୍ରି ହେଉଥିଲା। ପରିବା ଦର ବୃଦ୍ଧି କୁ ନେଇ ଅସ୍ତରଙ୍ଗ ସାପ୍ତାହିକ ହାଟରେ ଥିବା ବ୍ୟବସାୟୀ ପର୍ଶୁ ବରାଳ ଓ ବିପିନ ସ୍ୱାଇଁ ପେଟ୍ରୋଲ, ଡିଜେଲ ଦର ବୃଦ୍ଧିକୁ ଦାୟି କରିଛନ୍ତି । ଏବେ ପଶ୍ଚିମବଙ୍ଗ, ତାମିଲନାଡୁ ରୁ ପୋଟଳ, ଗାଜର ଆଦି ଆସୁଛି। ଗାଡି ଭଡା ମଧ୍ୟ ପୂର୍ବ ଅପେକ୍ଷା ବୃଦ୍ଧି ପାଇଛି। ସେହି ହିସାବ ଦେଖିଲେ ହାଟ ଦରରୁ ୧୦ଟଙ୍କା ଅଧିକ ଦରରେ ପରିବା ବିକିବାକୁ ପଡୁଛି ବୋଲି କହିଛନ୍ତି। ଗୋଟିଏ ମାସ ମଧ୍ୟରେ ଖାଇବା ତେଲର ଦାମ୍ ପ୍ରାୟ ୨୫ଟଙ୍କା ବୃଦ୍ଧି ପାଇଛି। ବର୍ଦ୍ଧିତ ଖାଇବା ତେଲ ଦରକୁ ନେଇ ଏବେ ସମସ୍ୟା ରେ ପଡିଛନ୍ତି ଗ୍ରାହକ। ଏ ନେଇ ଗ୍ରାହକ ସଂଯୁକ୍ତା ଖଣ୍ଡୁଆଳ କହିଛନ୍ତି ଦରବୃଦ୍ଧି ଲୋକଙ୍କ ପକେଟ ଫାଙ୍କା କରିବାରେ ଲାଗିଛି। ସରକାର ଆସିବା ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରି ତେଲକୁ ଜିଏସଟି ରେ ଅନ୍ତର୍ଭୁକ୍ତ କରାଇଲେ ଦରଦାମ୍ କମିବା ସହ ଗ୍ରାହକ ଙ୍କୁ ଆଶ୍ବସ୍ତି ମିଳିବ। ସରକାର ଲୋକଙ୍କ ପାଈଁ ଜନାଭିମୁଖୀ ନିଷ୍ପତି ନେବା ଦରକାର ଅନ୍ୟଥା ଲୋକେ ଡହଳବିକଳ ହେବେ। ଅନ୍ୟ ପଟେ ଅସ୍ତରଙ୍ଗ ମୁଖ୍ୟ ବଜାର ରେ ଅଟୋ ଚଳାଇ ପରିବାର ପ୍ରତିପୋଷଣ କରୁଥିବା ଅଜୟ ବେହେରା କହିଛନ୍ତି ଦୁଇ ଦଶନ୍ଧି ଧରି ଅଟୋ ଚଳାଉଛି। ଦରଦାମ୍ ବୃଦ୍ଧି ସହ ବର୍ତମାନ ଗ୍ରାହକ ଙ୍କୁ କମ୍ ଦରରେ ସେବା ଯୋଗାଇବା ଆମ ପରି ଲୋକ ଙ୍କ ପାଈଁ ମୁଣ୍ଡ ବିନ୍ଧାର କାରଣ ସାଜିଛି। କିଛି ଦିନ ହେବ ଡିଜେଲ ଦର ଉପରମୁହାଁ ରହିଛି। ଏହି ପରିସ୍ଥିତି ରେ ଗାଡି ଚଳାଇ ପରିବାର ଚଳାଇବା କଷ୍ଟକର ହୋଇଗଲାଣି। ଅନ୍ୟ ପଟେ ଗ୍ୟାସ ସଙ୍କଟ ସହ ଖାଇବା ତେଲ ଦର ବୃଦ୍ଧି ନେଇ ଅସ୍ତରଙ୍ଗ ବଜାର ସମେତ ଗ୍ରାମାଞ୍ଚଳ ରେ ଅନେକ ଜଳଖିଆ ଦୋକାନ ଠାରୁ ଆରମ୍ଭ କରି ସମସ୍ତ ଖାଦ୍ୟର ଦର ୧୦ରୁ ୨୦ପ୍ରତିଶତ ବଢ଼ିଯାଇଛି। ଖାଉଟି ବଜାରରେ ତେଜରାତି ସାମଗ୍ରୀର ଦର ମଧ୍ୟ ବୃଦ୍ଧି ପାଇଛି। ସରକାର ଙ୍କ ପକ୍ଷରୁ ଦରବୃଦ୍ଧି ରେ ରୋକ ଲଗାଇବା ପାଈଁ ସ୍ୱତନ୍ତ୍ର ପ୍ରସ୍ତୁତ କରିବାକୁ ସ୍ଥାନୀୟ ଅଂଚଳବାସୀ ଦାବୀ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ