ବିଶ୍ୱ ତମାଖୁ ବର୍ଜନ ଦିବସ: ତମାଖୁ ଛାଡନ୍ତୁ, ଜୀବନ ବଞ୍ଚାନ୍ତୁ

ଆସିକା (ୱାଇଏନ୍‍ଏସ୍‍) : ଘରୁ ଉଜାଡୁଛି ତମାଖୁ । ଏପରିକି ବିଭିନ୍ନ ସମୟରେ ମନୁଷ୍ୟକୁ ଅକର୍ମଣ୍ୟ କରିବା ସହ ଜୀବନ ବି ନେଉଛି ତମାଖୁ । ତମାଖୁ ଫାସରେ ବହୁ ଯୁବପିଢୀ କବଳିତ ହୋଇସାରିଥିଲା ବେଳେ ଦିନକୁ ଦିନ ବଢିବାରେ ଲାଗିଛି ମୁଖ ଗହ୍ୱର କର୍କଟ ରୋଗ । ପ୍ରାୟତଃ ୫୦ ବର୍ଷ ବୟସରୁ କମ୍‍ ବୟସର ଲୋକଙ୍କୁ ତମାଖୁ ସେବନର ଫଳ ସ୍ୱରୂପ ଆକ୍ରାନ୍ତ କରୁଛି କ୍ୟାନ୍ସର । ଆଜିକାର ଯୁଗରେ ଅଧିକାଂଶ ଯୁବପିଢୀଙ୍କୁ କବଳିତ କରିଚାଲିଛି ତମାଖୁ । ତମାଖୁ ସେବନ ଶରୀର ପାଇଁ କ୍ଷତିକାରକ ବୋଲି ଜାଣୁଥିଲେ ମଧ୍ୟ ବହୁ ଯୁବପିଢୀ ତମାଖୁ ସେବନକୁ ଏକ ଅଭ୍ୟାସରେ ପରିଣତ କରିସାରିଲେଣି । ମୁଖ କର୍କଟକୁ ହରାଇ ବିଜୟୀ ହୋଇଥିବା ଅନେକ ବ୍ୟକ୍ତିଙ୍କ ମଧ୍ୟରୁ ଆସିକା ଅଞ୍ଚଳର ପ୍ରଜୀପ କୁମାର ପାଢୀ ଅତ୍ୟନ୍ତ । ମୁଖ କର୍କଟରେ ଆକ୍ରାନ୍ତ ହୋଇ ଅତୀତରେ ଜୀବନ ଯନ୍ତ୍ରଣାରେ ପେଶି ସୁସ୍ଥ ହୋଇ ପୁନର୍ଜନ୍ମ ପାଇଁ ଘରକୁ ଫେରିଥିବା ଜଣାଶୁଣା ଯୁବକ ପ୍ରଦୀପ କୁମାର ପାଢୀ ତମାଖୁ ନଖାଇବା ପାଇଁ ଯୁବପିଢୀଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳୁଛି । ତମାଖୁ ଜାତୀୟ ପଦାର୍ଥ (ଗୁଟ୍‌ଖା) ଖାଇ ଗତ ୨୦୨୧ ମସିହାରେ ମୁଖ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଅସ୍ତ୍ରୋପଚାର ପରେ ସୁସ୍ଥ ହୋଇଥିବା ଆସିକା ପୌର ପରିଷଦ ଅଧୀନସ୍ଥ ୯ ନମ୍ବର ୱାର୍ଡର ସୁନାମ୍ବ ସାହିର ଯୁବକ ପ୍ରଦୀପ କୁମାର ପାଢୀ (ବୟସ ପ୍ରାୟ ୪୫ ବର୍ଷ) ଦୀର୍ଘ ପ୍ରାୟ ୫ବର୍ଷ ଧରି ଯୁବପିଢୀଙ୍କୁ ତମାଖୁ ଛାଡି ଜୀବନ ବଞ୍ଚାଇବାକୁ ସଚେତନ କରୁଥିବା ଲକ୍ଷ୍ୟ କରାଯାଇଛି। ଆସିକା ପୌର ପରିଷଦ ଅନ୍ତର୍ଗତ ସୁନାମ୍ବ ସାହିର ବାସିନ୍ଦା ପ୍ରଦୀପ କୁମାର ପାଢୀ ଏକ ସୁ୍‌ନ୍ଦର ଜୀବନ ଯାପନ କରିବା ପାଇଁ ବହୁ ଆଶା ରଖିଥିଲେ। ଯୁକ୍ତ ଦୁଇ ବାଣିଜ୍ୟ ପାଠ୍ୟକ୍ରମରେ ପାଠ ପଢିବା ସମୟରେ କୁସଙ୍ଗରେ ପଡି ତମାଖୁ ଖାଇବା ଆରମ୍ଭ କରିବା ସାଙ୍ଗକୁ ଧିରେ ଧିରେ ତମାଖୁ ଖାଇବା ତାଙ୍କର ଏକ ଅଭ୍ୟାସରେ ପରିଣତ ହୋଇଯାଇଥିଲା। ସେ ଏହାକୁ ଆଉ ଛାଡି ପାରି ନଥିଲେ। ଗତ ୨୦୨୧ ମସିହାରେ ତାଙ୍କ ପାଦତଳେ ମାଟି ଖସି ଯାଇଥିଲା ଭଳି ସେ ଅନୁଭବ କରିଥିଲେ, ଯେତେବେଳେ ଡାକ୍ତର ତାଙ୍କୁ ମୁଖ ଗହ୍ୱର କର୍କଟ ରୋଗ ହୋଇଛି ବଲି ଜଣାଇଥିଲେ। ସେ ତୁରନ୍ତ ବମ୍ବେ ସ୍ଥିତ ଟାଟା ମେମୋରିଆଲ୍‍ ହସ୍‍ପିଟାଲ୍‍ ଯାଇ ଚିକିତ୍ସା ଆରମ୍ଭ କରିଥିଲେ। ସେଠାରେ ତାଙ୍କ ପାଟିର ଡାହାଣ ପାଶ୍ୱର୍ ଆକ୍ରାନ୍ତ ହୋଇଥିବାରୁ ଦୀର୍ଘ ୪ଘଣ୍ଟାର ଅସ୍ତ୍ରୋପଚାର କରାଯାଇଥିଲା। ଆସିକା ପୌର ପରିଷଦ ଅଧୀନସ୍ଥ ୯ ନମ୍ବର ୱାର୍ଡର ସୁନାମ୍ବ ସାହିର ଯୁବକ ପ୍ରଦୀପ କୁମାର ପାଢୀ କହନ୍ତି ସେହିଠାରୁ ମୋର ଦ୍ୱିତୀୟ ଜନ୍ମ ହେଲା। କେମୋଥେରାପି ଓ ରେଡିଏସନ୍ ନେଲା ପରେ ଯେଉଁ ଯନ୍ତ୍ରଣା ଅନୁଭବ କରିଛି ତାହା କହିବା କଷ୍ଟକର। ଡାକ୍ତରଙ୍କ ସଫଳ ଅସ୍ତ୍ରୋପଚାର ଓ ଭଗବାନଙ୍କ ଆର୍ଶୀବାଦରୁ ମୁଁ ବର୍ତ୍ତମାନ ସୁସ୍ଥ ହୋଇ ବଞ୍ଚିଛି। ଏଣୁ ଯୁବପିଢୀ ମାନେ ତମାଖୁ ଛାଡି ଜୀବନ ବଞ୍ଚାଇବାକୁ ସେ ପରାମର୍ଶ ଦେଉଥିବା ଲକ୍ଷ୍ୟ କରାଯାଇଛି। ଓଡିଶାର ପୁରପଲ୍ଲୀ ଠାରୁ ଆରମ୍ଭ କରି ପ୍ରତ୍ୟେକ ସହରରେ ତମାଖୁ ଜାତୀୟ ପଦାର୍ଥ ଅବାଧରେ ବିକ୍ରି ହୋଇଛି। ଏହାକୁ ତୁରନ୍ତ ବନ୍ଦ କରିବା ଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ ସେ ଅନୁରୋଧ କରିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ