ମହିଳା ସ୍ୱାସ୍ଥ୍ୟକର୍ମୀ ବିଦ୍ୟୁତଲତା ମଲ୍ଲିକଙ୍କୁ ଅବସର ସମ୍ବର୍ଦ୍ଧନା

ହାଟଡିହି (ଓ୍ବାଇଏନଏସ): ଶାଳଣିଆଁ  ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ସୋସୋ ସ୍ୱାସ୍ଥ୍ୟ ଉପକେନ୍ଦ୍ରର ମହିଳା ସ୍ୱାସ୍ଥ୍ୟକର୍ମୀ  ବିଦ୍ୟୁତଲତା  ମଲ୍ଲିକଙ୍କ ଆଜି ଅବସରକାଳୀନ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡ଼ଃ ପ୍ରଭାତ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବି.ପି.ଏମ ଚନ୍ଦନ କୁମାର ସାହୁ,  ପି.ଏଚ.ଓ  ମଧୁସୂଦନ ସାମଲ ଓ ସମସ୍ତ ସ୍ୱାସ୍ଥ୍ୟକର୍ମୀ ଓ ସିଏଚଓ ମାନେ ଉପସ୍ଥିତ ଥିଲେ l ଉକ୍ତ ସଭାରେ ଉଦବୋଧନ ଦେଇ ଡ଼ଃ ନାୟକ ଶ୍ରୀମତୀ ବିଦ୍ୟୁତଲତା ମଲ୍ଲିକ ଙ୍କର ତାଙ୍କର ଦୀର୍ଘ ୩୩ ବର୍ଷର ସେବାକାଳ ମଧ୍ୟରେ ତାଙ୍କର କର୍ତ୍ତବ୍ୟନିଷ୍ଠ ଓ ଶୃଙ୍ଖଳାବଦ୍ଧ କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ ବୋଲି କହିଥିଲେ l ଏହି ଅବସରରେ ସହକର୍ମୀମାନେ ତାଙ୍କ ସହ ଅତିତ ସ୍ମୃତିମୟ ମୁହୂର୍ତ୍ତମାନଙ୍କୁ ସ୍ମରଣ କରି ଭାବବିହ୍ୱଳ ହୋଇପଡ଼ିଥିଲେ। ଶେଷରେ ତାଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ସୁପରଭାଇଜର ଶ୍ରୀକାନ୍ତ ପଣ୍ଡା,  ସ୍ୱାସ୍ଥ୍ୟକର୍ମୀ ଦେବବ୍ରତ ସାମଲ , ତାପସ ପାତ୍ର,  ସବିତା ସାହୁ,  ମଧୁସ୍ମିତା ମଲ୍ଲିକ,  ଅନିଶା ଦେହୁରୀ ପ୍ରମୁଖ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ