ଆଦର୍ଶ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ବାଲିବାରେଇ ପଞ୍ଚାୟତ ରାମକୃଷ୍ଣ ପୁର ପ୍ରାଥମିକ ବିଦ୍ୟାଳୟ ର ଆଦର୍ଶ ଶିକ୍ଷକ ଧର୍ମପଦ ବେହେରାଙ୍କୁ ଅବସର କାଳୀନ ଭଵ୍ୟ ବିଦାୟ ସମ୍ବର୍ଦ୍ଧନା ଦିଆ ଯାଇଛି। ଏଥିଲାଗି ବିଦ୍ୟାଳୟ ପରିସରରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ପ୍ରାକ୍ତନ ଏବିଇଓ ଚତୁର୍ଭୁଜ ପହିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସିଆରସିସି ବିଶ୍ୱଜିତ ରାଉତ, ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ଗୌରାଙ୍ଗ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ସମାଜସେବୀ ନାରୋତ୍ତମ ଶତପଥୀ, ଗୁଣାକର ମିଶ୍ର, ପ୍ରଧାନ ଶିକ୍ଷୟତ୍ରୀ ଗୀତାଞ୍ଜଳୀ ରାଉତ, ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ଜୟନ୍ତ ନାୟକ, ଶିକ୍ଷାବିତ ମୋହନ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ଧର୍ମପଦ ବେହେରାଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିବା ସହିତ ତାଙ୍କର ଅବସର ଜୀବନ ଶୁଖମୟ ହେଉ ବୋଲି ପ୍ରାର୍ଥନା କରିଥିଲେ। ଆଞ୍ଚଳିକ ସାଧନ କେନ୍ଦ୍ର ବାଲି ବରେଇ, ରାମକୃଷ୍ଣପୁର ପ୍ରାଥମିକ ବିଦ୍ୟାଳୟ, ଅଲୋଷ୍ଟା ହାଟଡିହି ତରଫରୁ ଅବସର ପ୍ରାପ୍ତ ଶିକ୍ଷକ ଧର୍ମପଦ ବେହେରାଙ୍କୁ ମାନପତ୍ର ଓ ଉପଢୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇ ଥିଲା। ଆଞ୍ଚଳିକ ସାଧନାକେନ୍ଦ୍ର ବାଲିବରେଇ ର ଶିକ୍ଷକ ଶିକ୍ଷୟତ୍ରୀ ମାନେ ତାଙ୍କୁ ବାଜା ବଜାଇ, ବାଣ ଫୁଟାଇ ଏକ ଶୋଭାଯାତ୍ରା ମାଧ୍ୟମରେ ସ୍କୁଲ ନିକଟକୁ ପାଛୋଟି ଆଣିଥିଲେ। ବିଦ୍ୟାଳୟ ଛାତ୍ରୀ ମାନଙ୍କ ପକ୍ଷରୁ ସ୍ୱାଗତ ସଙ୍ଗୀତ ଓ ଗୁରୁ ବନ୍ଦନା ଗାନ କରାଯାଇଥିଲା। ଶିକ୍ଷକ ଦୀନବନ୍ଧୁ ଦାସ ଧନ୍ୟବାଦ ଅର୍ପଣ କରିଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ସଭ୍ୟା, ଗ୍ରାମବାସୀ, ପୁରାତନ ଛାତ୍ରଛାତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ