ପ୍ରଧାନମନ୍ତ୍ରୀ ଆବାସ ଗୃହ ସମ୍ପୂର୍ଣକୁ ଦୁଇବର୍ଷ ବିତିଲା: ଆଦିବାସୀ ହିତାଧୂକାରୀଙ୍କୁ ମିଳିଲାନି ଶେଷ କିସ୍ତି

ହାଟଡିହି, (ଓ୍ବାଇଏନଏସ) : ହାଟଡିହି ବ୍ଲକ ଆଦିବାସୀ ବହୁଳ  କେ.ବାଲିପାଳ ପଞ୍ଚାୟତ ରାଇଘାଟି ଗ୍ରାମର ଛାୟାକାନ୍ତ  ସଲଙ୍ଗୀଙ୍କ ପତ୍ନୀ ପୂଜା ସଲଙ୍ଗୀ ୨୦୨୨-୨୩ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଥିଲେ। ସେ ଘର ସମ୍ପୂର୍ଣ୍ଣ କରିବାର ଦୁଇବର୍ଷ ବିତିଯାଇଥିଲେ ବି ଆଜି ଯାଏଁ ଶେଷ କିସ୍ତି ଅର୍ଥ  ପାଇପାରୁନାହାନ୍ତି। ଏନେଇ ବାରମ୍ବାର ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ବି କୌଣସି ସୁଫଳ ମିଳିନାହିଁ। ଆଦିବାସୀ ଗରିବ ହିତାଧୂକାରୀ ଧାର ଉଦ୍ଧାର କରି ଘ ଘର ସମ୍ପୂର୍ଣ୍ଣ କରିଥିଲେ ବି ଅବଶିଷ୍ଟ ଅର୍ଥ ମିଳୁ ନ ଥିବାରୁ ଆର୍ଥିକ ଚାପରେ ପଡ଼ିବା ସହିତ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟିଦେଇ ଅର୍ଥ ମିଳୁ ହିତାଧିକାରୀଙ୍କ ଅବଶିଷ୍ଟ ଅର୍ଥ ପ୍ରଦାନ କରିବାକୁ ହିତାକାରୀ ପୂଜା ସଲଙ୍ଗୀ ଅନୁରୋଧ କରିଛନ୍ତି। ଏ ସମ୍ପର୍କରେ ହାଟଡିହି ବ୍ଲକର ବିପିସିଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଅଭିଯୋଗ ପାଇଛି ଆସନ୍ତା କାଲି ସମ୍ପୃକ୍ତ ପଞ୍ଚାୟତର ପିଇଓଙ୍କୁ ଡାକି ଫାଇଲ ଦେଖି ସମସ୍ୟାର ସମାଧାନ କରିବାକୁ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ