ଲୋୟାର ବସଷ୍ଟାଣ୍ଡ ର ଏକ ଦୋକାନରୁ ଚୋରି

ଛତ୍ରପୁର, (ଓ୍ବାଇଏନଏସ) : ଗଞ୍ଜାମ ଜିଲ୍ଲା ଛତ୍ରପୁର ସହରରେ ଦିନକୁ ଦିନ ଚୋରଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ସହରରେ ଯାତ୍ରା ହେଉଥିବାର ସୁଯୋଗ ନେଇ ଚୋର ମାନେ ଏହାର ଫାଇଦା ଉଠଉଛନ୍ତି। ଗତ କାଲି ରାତ୍ରରେ ଛତ୍ରପୁର ଲୋୟାର ବସଷ୍ଟାଣ୍ଡ ରେ ଥିବା ବିଜୟ ଭେରାଇଟି ଷ୍ଟୋରର ଚାବି ଭାଙ୍ଗି ଲୁଟ ହୋଇଛି। ଦୋକାନ ର ବହୁ ସାମଗ୍ରୀ ଏପରିକି ଟଙ୍କା କୁ ମଧ୍ୟ ଚୋର ମାନେ ଚୋରି କରି ନେଇଛନ୍ତି । ସୂଚନା ମୁତାବକ ଗତକାଲି ରାତ୍ରରେ ଦୋକାନୀ ଜଣକ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ଆଜି ସକାଳୁ ଆସି ଦେଖିଲା ବେଳକୁ ଦୋକାନର କବାଟ ଖୋଲା ରହିଛି। ଟଙ୍କା ପଇସା ସହ ଦୋକାନର ବିକ୍ରି ସାମଗ୍ରୀ ଚୋରି ହୋଇଛି ।ଏନେଇ ଦୋକାନୀ ଜଣକ ଛତ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଛତ୍ରପୁର ଥାନା ପୋଲିସ ପହଞ୍ଚି ତଦନ୍ତ କରିବା ସହିତ ଖୋଳତାଳ ଜାରି ରଖିଥିଲା । ଗତ କିଛି ଦିନ ତଳେ ଛତ୍ରପୁର ବ୍ଲକ କୁମାରବେଗପଲ୍ଲୀ ଗ୍ରାମର ହନୁମାନ ମନ୍ଦିରରୁ ପ୍ରାୟ ୫୦ ଲକ୍ଷ ଟଙ୍କାର ସୁନା ରୂପା ଅଳଙ୍କାର ଚୋରି ହୋଇଥିବା ବେଳେ ଏଯାବତ ଚୋର ମାନଙ୍କୁ ପୋଲିସ ଗିରଫ କରିନି l ଏଣୁ ରାତ୍ର ସମୟରେ ପୋଲିସ ପେଟ୍ରୋଲିଙ୍ଗ କଡା କଡ଼ି କରିବାକୁ ସାଧାରଣ ରେ ଦାବି ଜୋର ଧରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ