ଆଧୁନିକ ଟେରାକୋଟା ଡିଜାଇନ ପ୍ରଶିକ୍ଷଣ ଶିବିର ଉଦଯାପିତ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ସ୍ୱେଛାସେବୀ ଅନୁଷ୍ଠାନ ରାଇଡ୍ ପକ୍ଷରୁ ନାବାର୍ଡ ସହଯୋଗରେ ୧୫ଦିନ ଧରି ପରକୁଳା ପଞ୍ଚାୟତରେ ଚାଲିଥିବା ଅତ୍ୟାଧୁନିକ ଟେରାକୋଟା ଡିଜାଇନ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। ରାଇଡ୍ର ସମ୍ପାଦକ କିଶୋର ଚନ୍ଦ୍ର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ତୃଣମୂଳସ୍ତରୀୟ ପ୍ରଶିକ୍ଷଣ ଶିବରର ଉଦଯାପନୀ ଉତ୍ସବରେ ନାବାର୍ଡର ଏଡିଏମ ସ୍ମିତା ବଡଜେନା, ହସ୍ତଶିଳ୍ପର ଉପନିର୍ଦ୍ଦେଶକ ସନ୍ତୋଷ କୁମାର ମହାନ୍ତି, ଓଡିଶା ଗ୍ରାମୀଣ ବ୍ୟାଙ୍କ କଳପଡା ଶାଖାର ଭାରପ୍ରାପ୍ତ ଶାଖା ପରିଚାଳକ ନିହାରରଞ୍ଜନ ବିଶ୍ୱାଳ, ମିଶନଶକ୍ତି ବିପିଏମ ଅଖିଳ କୁମାର ଆଚାର୍ଯ୍ୟ, ସ୍ଥାନୀୟ ସରପଞ୍ଚ ଦିପ୍ତୀରଞ୍ଜନ ମହାପାତ୍ର, ଟେରାକୋଟାର ପ୍ରଶିକ୍ଷକ ମକରକେତନ ସାହୁ, ମହିଳା ମହାସଙ୍ଘର ସଭାପତି ସୁଜାତା ଦାସ ପ୍ରମୁଖ ଯୋଗଦେଇ ଏହି ପ୍ରଶିକ୍ଷଣ କିପରି ପ୍ରଶିକ୍ଷାର୍ଥୀମାନଙ୍କୁ ସ୍ୱାବଲମ୍ବୀ କରିପାରିବ ସେ ସମ୍ପର୍କରେ ମୂଲ୍ୟବାନ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ପ୍ରଶିକ୍ଷଣ ଶିବିରରେ ୫୦ରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷମାନେ ଉପସ୍ଥିତ ରହି ପ୍ରଶିକ୍ଷଣ ଗ୍ରହଣ କରିଥିଲେ।


