ପୌର ପରିଷଦର ସାଧାରଣ ବୈଠକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡି ପୌର ପରିଷଦର ସାଧାରଣ ବୈଠକ ପରିଷଦର ସଭାଗୃହରେ ଆଜି ଅନୁଷ୍ଠିତ ହୋଇଯାଇଛି. ଶହୀଦମାନଙ୍କ ସ୍ମୃତି ସ୍ତମ୍ଭ ସ୍ଥାପନ ପାଇଁ ଆଜିର ବୈଠକରେ ଗୁରୁତ୍ୱାରୋପ କରାଯାଇଛି. ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ ଯୋଗ ଦେଇଥିଲେ , ପ୍ରଥମେ ବିଧାୟକଙ୍କୁ ସମସ୍ତ ସଦସ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ବୈଠକରେ ମୁଖ୍ୟ ପ୍ରସଙ୍ଗ ଥିଲା ଜିଲ୍ଲାର ସହୀଦମାନଙ୍କ ସ୍ମୃତିପୀଠ ବା ସ୍ମୃତିସ୍ତମ୍ବ ପାରଳାରେ ସ୍ଥାପିତ କରିବା ପାଇଁ ସ୍ଥିର କରାଗଲା । ସେହିଭଳି ପାରଳା ସହରର ପରିବେଶକୁ ସଫା ରଖିବା ସହ ନାଳ ମରାମତି ଉପରେ ଧ୍ୟାନ ଦିଆଯିବା ନେଇ ଆଲୋଚନା ହୋଇଥିଲା. ଏହି ବୈଠକ ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀଙ୍କ ଅଧକ୍ଷତାରେ ଅନୁଷ୍ଟିତ ହୋଇଥିଲା. ପୌର ପରିଷଦ ନିର୍ବାହୀ ଅଧିକାରୀ ଲକ୍ଷ୍ମଣ ମୁର୍ମୁ ,ଉପାଧ୍ୟକ୍ଷ ଲେଙ୍କା ମଧୁ, ସାଂସଦ ପ୍ରତିନିଧି ଆଦର୍ଶ ଦାସଙ୍କ ସମେତ ସମସ୍ତ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ.


