ଏସଆଇଆର କାର୍ଯ୍ୟର ଅନୁଧ୍ୟାନ କଲେ ଉପଜିଲ୍ଲାପାଳ

କଟକ, (ଓ୍ବାଇଏନଏସ): ସ୍ଵତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ( ଏସ୍ଆଇଆର) କାର୍ଯ୍ୟକ୍ରମ ଅନୁଧ୍ୟାନ କରିବା ନିମନ୍ତେ ବାରବାଟୀ,କଟକ ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଉପଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ କ୍ଷେତ୍ର ପରିଦର୍ଶନ କରିଛନ୍ତି । ପରିଦର୍ଶନ ସମୟରେ ସେ ବୁଥ ସ୍ତରୀୟ ଅଧିକାରୀ ମାନଙ୍କ ଦ୍ଵାରା କରାଯାଉଥିବା ମତଦାତାଙ୍କ ତଥ୍ୟ ସଂଗ୍ରହ , ତଥ୍ୟ ଯାଞ୍ଚ, ଫର୍ମ ବଣ୍ଟନ ପ୍ରକ୍ରିୟାର ସମୀକ୍ଷା କରିଛନ୍ତି । ବାରବାଟୀ କଟକ ଅଞ୍ଚଳର ବୁଥ ନଂ ୩୫, ୩୬, ୪୩, ୪୯, ୫୩, ୧୬୩, ୧୭୨ ଅନ୍ତର୍ଗତ ତୁଳସୀପୁର,ଶେଲଟର ଛକ, ଚାନ୍ଦନୀଚୌକ, ରାଧାନାଥ ରୋଡ,ଦେଉଳସାହି ଅଞ୍ଚଳରେ ବୁଥ ସ୍ତରୀୟ ଅଧିକାରୀ ମାନଙ୍କ କାର୍ଯ୍ୟ ସମ୍ପାଦନ ବେଳେ ଉପଜିଲ୍ଲାପାଳ ପହଞ୍ଚି ତଦାରଖ କରିଛନ୍ତି । ନିର୍ଦ୍ଧାରିତ ସମୟ ମଧ୍ୟରେ ତ୍ରୁଟିମୁକ୍ତ କାର୍ଯ୍ୟ ସମ୍ପାଦନ ନିମନ୍ତେ ଉପଜିଲ୍ଲାପାଳ ଉପସ୍ଥିତ ବିଏଲଓ ମାନଙ୍କୁ ପରାମର୍ଶ ଦେଇଛନ୍ତି । ବିଶେଷକରି ବାରବାଟୀ ନିର୍ବାଚନ ମଣ୍ଡଳୀର ଭୋଟର ମାନଙ୍କୁ ସଚେତନ କରିବା ପାଇଁ ମଙ୍ଗଳବାର ଏକ ସଚେତନତା ରଥ ଉପଜିଲ୍ଲାପାଳ ଶ୍ରୀ ଦେଓ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ରଥ ବାରବାଟୀର ବିଭିନ୍ନ ଅଞ୍ଚଳ ପରିଭ୍ରମଣ କରି ମତଦାତା ମାନଙ୍କୁ ସଘନ ସଂଶୋଧନ ପ୍ରକ୍ରିୟାର ଗୁରୁତ୍ଵ ସମ୍ପର୍କରେ ସଚେତନ କରୁଛି । ଏଠାରେ ସୂଚନାଯୋଗ୍ୟ ,ବାରବାଟୀ ନିର୍ବାଚନ ମଣ୍ଡଳୀରେ ଭୋଟର ସଂଖ୍ୟା ୨,୨୬,୩୫୮ଜଣ ଥିବା ବେଳେ ମ୍ୟାପିଙ୍ଗ ସମୟରେ ୧,୮୦,୧୭୫ ଜଣ ଭୋଟର ଥିବା ଜଣ ପଡିଛି । ସେହିପରି ବର୍ତ୍ତମାନ ୨୧୪ ଟି ବୁଥ ଥିବା ବେଳେ ଆଉ ୬୭ଟି ନୂତନ ବୁଥ କରାଯିବ । ଏସ୍ଆଇଆର କାର୍ଯ୍ୟରେ ୭ଜଣ ସହକାରୀ ପଞ୍ଜୀକରଣ ଅଧିକାରୀ,୧୭ଜଣ ସୁପରଭାଇଜର ଏବଂ ୨୧୪ ଜଣ ବିଏଲଓ ନିୟୋଜିତ ହୋଇଛନ୍ତି । ଅନ୍ୟପକ୍ଷେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ କାର୍ଯ୍ୟକ୍ରମର ଅଗ୍ରଗତି ପର୍ଯ୍ୟବେକ୍ଷଣ ନିମନ୍ତେ ଆଜି ଚୌଦ୍ୱାର-କଟକ ବିଧାନସଭା ନିର୍ବାଚନମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ERO) ତଥା ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ନାୟକ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି । ସେ ଚୌଦ୍ୱାରର ବିଭିନ୍ନ ଅଞ୍ଚଳକୁ ଯାଇ ବିଏଲଓ ,ସୁପରଭାଇଜରଙ୍କ ସହ ଆଲୋଚନା କରିବା ସହ ଲୋକମାନଙ୍କ ମତାମତ ଗ୍ରହଣ କରିଛନ୍ତି । ଘରକୁ ଘର ଯାଇ ତଥ୍ୟ ସଂଗ୍ରହ ଓ ଯାଞ୍ଚ ପ୍ରକ୍ରିୟାର ଅଗ୍ରଗତି ସମ୍ପର୍କରେ ସେ ସମୀକ୍ଷା କରିବା ସହ କ୍ଷେତ୍ରସ୍ତରରେ କାର୍ଯ୍ୟରତ କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି । ଗତ ମଇ ମାସ ୩୦ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଆସନ୍ତା ଜୁନ ୨୮ ସୁଦ୍ଧା ଶେଷ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ