ଋଷିକୁଲ୍ୟା ବ୍ରାହ୍ମଣ ମହାସଂଘର ସାଙ୍ଗଠନିକ ବୈଠକ

ଆସିକା (ୱାଇଏନ୍‍ଏସ୍‍): ଗଞ୍ଜାମ ଜିଲ୍ଲାର ଅନ୍ୟତମ ସର୍ବବୃହତ୍‍ ଜାତିଭିତ୍ତିକ ସଂଗଠନ ରୂପେ ପରିଚିତ ଥିବା ଋଷିକୁଲ୍ୟା ବ୍ରାହ୍ମଣ ମହାସଂଘର ସାଙ୍ଗଠନିକ ବୈଠକ ଗୁରବାର ସ୍ଥାନୀୟ ତାଲୁକା ଛକ ସ୍ଥିତ ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଋଷିକୁଲ୍ୟା ବ୍ରାହ୍ମଣ ମହାସଂଘର ସଭାପତି ଗଙ୍ଗାଧର ଶତପଥୀ ଓ କାର୍ଯ୍ୟକାରୀ ସଭାପତି ତଥା ଆସିକା ପ୍ରେସ୍‍କ୍ଳବର ସଭାପତି ସତ୍ୟନାରାୟଣ ରଥଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ବ୍ରାହ୍ମଣ ମହାସଂଘର ସଂଗଠନକୁ ଆହୁରି ସୁଦୃଢ କରିବା ସାଙ୍ଗକୁ ମେଧା ଓ ଯୋଗ୍ୟତାକୁ ଅଣଦେଖା କରି ଦେଶର ସ୍ୱାଧୀନତା ପର ଠାରୁ ଦୀର୍ଘ ବର୍ଷ ହେବ ସଂରକ୍ଷଣ ଦ୍ୱାରା ନିଯୁକ୍ତି ଓ ଶିକ୍ଷା ଦେଶକୁ ରସାତଳଗାମୀ କରିସାରିଥିଲା ବେଳେ ଏଥିପାଇଁ ବ୍ରାହ୍ମଣ ସମାଜ ଦୃଢ ଚିନ୍ତନ ଏବଂ ଏକତ୍ରିତ ହୋଇ ସାମୂହିକ ଭାବେ ସ୍ୱର ଉତ୍ତୋଳନ କରିବାକୁ ଆହ୍ୱାନ କରାଯାଇଥିଲା । ଏହି ଅବସରରେ ଋଷିକୁଲ୍ୟା ବ୍ରାହ୍ମଣ ମହାସଂଘ ପକ୍ଷରୁ ଆସନ୍ତା ୨୦୨୭ ମସିହା ମାର୍ଚ୍ଚ ମାସରେ ଗରିବ ବ୍ରାହ୍ମଣ ପିଲାଙ୍କ ସାମୂହିକ ବ୍ରତୋପନୟନ କାର୍ଯ୍ୟ ବିଧିବିଧାନ ଓ ନୀତିକାନ୍ତି ଅନୁଯାୟୀ ଉତ୍ସାହ ଓ ଉଦ୍ଦିପନାର ସହ ସଂପୁର୍ଣ୍ଣ ମାଗଣାରେ କରିବା ଲାଗି ନିଷ୍ପତ୍ତି ନିଆଯାଇ ଏକ ୧୧ ଜଣିଆ କମିଟି ଗଠନ କରାଯାଇଥିଲା । ଗରିବ ବ୍ରାହ୍ମଣ ପିଲାଙ୍କୁ ସାମୂହିକ ବ୍ରତୋପନୟନ କରିବା ଲାଗି ଋଷିକୁଲ୍ୟା ବ୍ରାହ୍ମଣ ମହାସଂଘ ପକ୍ଷରୁ ଆରମ୍ଭ ହୋଇଥିବା ଏହି ପ୍ରୟାସକୁ ସଚେତନ ନାଗରିକ ଓ ବୁଦ୍ଧିଜୀବୀ ମହଲରେ ସ୍ୱାଗତ କରାଯାଉଥିବା ଲକ୍ଷ୍ୟ କରାଯାଇଛି । ଋଷିକୁଲ୍ୟା ବ୍ରାହ୍ମଣ ମହାସଂଘର ଏହି ସାଙ୍ଗଠନିକ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସଂଘର ସଦସ୍ୟ ପ୍ରସନ୍ନ କୁମାର ତ୍ରିପାଠୀ, ଉପେନ୍ଦ୍ରନାଥ ମିଶ୍ର, ସୁଦିପ୍ତା ଦାଶ, ଶକ୍ତିପ୍ରସାଦ କର, ଦୁର୍ଗାଚରଣ ମିଶ୍ର, ହିମାଂଶୁ ସାମନ୍ତରା, ବିଶିକେଶନ ଶତପଥୀ, ଦୈତାରୀ ମିଶ୍ର, ନିର୍ମଳ କୁମାର ଦାଶ, ସୁନିଲ୍‍ କୁମାର ମିଶ୍ର, ସନ୍ତୋଷ କୁମାର ପାଣିଗ୍ରାହୀ, ଶିବପ୍ରସାଦ ଶତପଥୀ, ବୁବୁନା ହୋତା, ନିରୋଜ କୁମାର ପାଢୀ, ନିରଞ୍ଜନ ପଣ୍ଡା, ରତ୍ନାକର ଦାଶ, ଆଦିତ୍ୟ ପ୍ରସାଦ ଷଡଙ୍ଗୀ, ସୀତାରାମ ଦାଶଙ୍କ ସମେତ ବହୁ ବିଦ୍ୱାନ ପଣ୍ଡିତ, ଜ୍ଞାନୀଗୁଣୀ, ସଚେତନ ନାଗରିକ, ବୁଦ୍ଧିଜୀବୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ