ବିଶ୍ୱ ପର୍ଯ୍ୟାବରଣ ଦିବସ ପାଳିତ

ଆସିକା(ୱାଇଏନ୍‍ଏସ୍‍) : ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ସ୍ଥାନୀୟ ସେବାକେନ୍ଦ୍ର ଶାନ୍ତିଶକ୍ତି ଭବନ ପରିସରରେ ଗୁରବାର ବିଶ୍ୱ ପର୍ଯ୍ୟାବରଣ ଦିବସ ପାଳିତ ହୋଇଯାଇଛି । ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ସ୍ଥାନୀୟ ସେବାକେନ୍ଦ୍ର ଶାନ୍ତିଶକ୍ତି ଭବନର ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ସରୋଜ କୁମାର ପାଢୀ, ବାବନପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ସଂଜୟ କୁମାର ନାୟକ ପ୍ରମୁଖ ଯୋଗଦେଇ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଦ୍ୱାରା ଧାରାବାହିକ ଭାବେ ବର୍ଷତମାମ ବିଭିନ୍ନ ସମୟରେ କାର୍ଯ୍ୟକାରୀ କରାଯାଉଥିବା ବହୁମୁଖୀ ସଚେତନତାଧର୍ମୀ ଓ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଗୁଡିକୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ଶାନ୍ତିଶକ୍ତି ଭବନର ସଞ୍ଚାଳିକା ରାଜଯୋଗିନୀ ପ୍ରଭାତୀ ଭଉଣୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଦ୍ୱାରା ପର୍ଯ୍ୟାବରଣ ସୁରକ୍ଷା ଏବଂ ସମ୍ବଳ ପରିଚାଳନା ଓ ରକ୍ଷଣାବେକ୍ଷଣକୁ ଦୃଷ୍ଟିରେ ରଖି ବିଗତ ପ୍ରାୟ ୯୦ ବର୍ଷ ଧରି ସଂଗଠନର ମୁଖ୍ୟାଳୟ ମାଉଣ୍ଟଆବୁ ଠାରେ ଯେଉଁସବୁ କାର୍ଯ୍ୟକ୍ରମ ଆୟୋଜିତ ହେଉଛି ତାହା ଆଜି ସମଗ୍ର ବିଶ୍ୱରେ ଦକ୍ଷତାବିକାଶ ଓ ପର୍ଯ୍ୟାବରଣ ସୁରକ୍ଷା ପାଇଁ ବେଶ୍‍ ସହାୟକ ହୋଇପାରିଛି ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ପର୍ଯ୍ୟାବରଣର ସୁରକ୍ଷା ତଥା ବିଶ୍ୱର କଲ୍ୟାଣ କାମନା କରି ପରମାତ୍ମା ଶିବପିତାଙ୍କ ଉଦ୍ଦେଶ୍ୟରେ ସାମୂହିକ ଭାବେ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ବ୍ୟକ୍ତିଗତ ସ୍ତରରେ ପରିବେଶ ସୁରକ୍ଷା ଦିଗରେ ଯତ୍ନବାନ ହେବାକୁ ସଂକଳ୍ପ ନେଇଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ବ୍ରହ୍ମାକୁମାର ସତ୍ୟପ୍ରିୟ, ଲକ୍ଷ୍ମୀନାରାୟଣ, ରମେଶ, ସରୋଜ, ବୁଲୁ, କୃଷ୍ଣ, ମଙ୍ଗୁଳୁ, ବଳରାମ, ବ୍ରହ୍ମାକୁମାରୀ ଭାଗ୍ୟଲତା, ସୁଜ୍ଞାନୀ, ଜ୍ୟୋତି, ନିଳିମା, ଆସିନା ପ୍ରମୁଖ ସହଯୋଗ କରିଥିଲା ବେଳେ ବହୁ ସଚେତନ ନାଗରିକ, ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ