ନ୍ୟାୟ ପାଇଁ ଥାନା ସାମ୍ନାରେ ଶବ ରଖି ଧାରଣା
କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) :ଜମିଜମା ସମସ୍ୟାକୁ ନେଇ ଗଣ୍ଡଗୋଳ ପରେ ପୋଲିସ ର ତଦନ୍ତକୁ ନେଇ ମାନସିକ ଗ୍ଲାନିରେ ଉଚ୍ଚରକ୍ତଚାପ ଶହ ହୃଦଘାତ ରେ ମୃତ୍ୟୁ। ପରିବାର ଲୋକ ନ୍ୟାୟ ପାଇଁ କାକଟପୁର ଥାନା ସାମ୍ନାରେ ଶବ ରଖି ଧାରଣ, କାକଟପୁର ଥାନା ଅଧୀନ ବରଜୀସାହି ଗ୍ରାମର ଦେବେନ୍ଦ୍ର ରାଉତ ଓ ଉପେନ୍ଦ୍ର ରାଉତଙ୍କ ପରିବାର ମଧ୍ୟରେ ପୂର୍ବରୁ ଜମିଜମା ସମସ୍ୟା କୁ ନେଇ ବିବାଦ ଥିବା ବେଳେ ଗତମାସ ମେ ୩୦ତାରିଖରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପାଟିତୁଣ୍ଡ ପରେ ଦେବେନ୍ଦ୍ର ରାଉତ କାକଟପୁର ଥାନା ରେ ୫ଜଣ ନାଁରେ ଅଭିଯୋଗ ଦେଇଥିଲେ। ଅନ୍ୟ ପଟେ ପାଟିତୁଣ୍ଡ କୁ କେନ୍ଦ୍ର ଉପେନ୍ଦ୍ରରାଉତ ଙ୍କ ପତ୍ନୀ କୁନି ରାଉତ ୬ଜଣ ନାଁରେ ଅଭିଯୋଗ ଦେଇଥିଲେ। କିନ୍ତୁ ପୋଲିସ ଉଭୟ ଅଭିଯୋଗ ପାଇବା ପରେ ଥାନା କେଶ ନମ୍ବର ୧୯୬/୨୬, ୧୯୭/୨୬ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ ବିଳମ୍ବ ସହ ସଠିକ ନ୍ୟାୟ ଥାନାରୁ ନ ମିଳିବାରୁ ମାନସିକ ଗ୍ଲାନିରେ ଭାଙ୍ଗି ପଡ଼ିଥିଲେ ଉପେନ୍ଦ୍ର ରାଉତ। ଏହା ପରେ ମାନସିକ ଚିନ୍ତା ସହ ପୋଲିସ ଆଚରଣ ବ୍ୟଥିତ, ଚିନ୍ତିତ କରିଥିବା ବେଳେ ଉପେନ୍ଦ୍ରଙ୍କ ଉଚ୍ଚ ରକ୍ତଚାପ ଯୋଗୁଁ ହୃଦଘାତ ହୋଇଥିଲା। ବାଟରେ ନେଇ ଯାଉଥିବା ବେଳେ ସବୁଦିନ ପାଇଁ ଆଖି ବୁଝିଥିବାରୁ ମୃତଦେହକୁ ଅଟୋ ସହାୟତା ଶୁକ୍ରବାର ପୂର୍ବାହ୍ନ ସମୟରେ କାକଟପୁର ଥାନା ସାମ୍ନାରେ ପହଂଚି ନ୍ୟାୟ ଦାବୀ ସହ ପୋଲିସ ତଦନ୍ତ କୁ ନେଇ ଅଙ୍ଗୁଳି ନିର୍ଦେଶ କରିଥିଲେ। କିନ୍ତୁ ପରିବାର ଲୋକ ଅଭିଯୋଗ କରିଛନ୍ତି ଯଦି ପୋଲିସ ସଠିକ ଓ ଉପଯୁକ୍ତ ନ୍ୟାୟ ପ୍ରଦାନ କରିଥାନ୍ତେ ତାହା ହେଲେ ମାନସିକ ଗ୍ଲାନିରେ ଉପେନ୍ଦ୍ରଙ୍କର ମୃତ୍ୟୁ ହୋଇନଥାନ୍ତା।କୁନି ରାଉତ ଥାନାରେ ଅଭିଯୋଗ ଦେବା ପରେ କାର୍ଯ୍ୟରତ ପୋଲିସ ଏଏସଆଇ ମାମଲା ଚାପିବା ସହ ତଦନ୍ତରେ ଟାଳଟୁଳ ନୀତି ଅବଲମ୍ବନ କରି ଚାପ ପକାଇଥିଲେ ବୋଲି ଧାରଣାରେ ଥିବା ବ୍ୟକ୍ତି ଙ୍କ ସହ ଜିତେନ୍ଦ୍ର ରାଉତ ଗଣମାଧ୍ୟ୍ୟମ ସାମ୍ନାରେ କହିଛନ୍ତି। ଅନ୍ୟ ପଟେ ପରିବାର ଲୋକ ଉପେନ୍ଦ୍ରରାଉତଙ୍କ ମୃତ ଦେହକୁ କାକଟପୁର ଥାନା ସାମ୍ନାରେ ରଖି ପ୍ରତିବାଦ କରିବା ସହ ନ୍ୟାୟ ଦାବୀ କରିଥିଲେ। ଏ ନେଇ କାକଟପୁର ଥାନାଅଧିକାରୀ ବସନ୍ତ କୁମାର ସାହୁ କହିଛନ୍ତି, ଉଭୟ ପକ୍ଷ ଅଭିଯୋଗ ପରେ ମାମଲା ରୁଜୁ ସହ ଭଦ୍ରଲୋକ ମାଧ୍ୟ୍ୟମରେ ଆଲୋଚନା ହେବାର ଥିଲା।କିନ୍ତୁ ଆଜି ଦୁଃଖଦ ଘଟଣା ଘଟିଛି।ଧାରଣା ବସିଥିବା ଲୋକଙ୍କ ସହ ଆଲୋଚନା କରି ଘଟଣାର ସମ୍ପୂର୍ଣ୍ଣ ନିରପେକ୍ଷ ତଦନ୍ତ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହାର ହୋଇଥିଲା। ଏହା ପରେ ଏକ ରିପୋର୍ଟ ପରେ କାକଟପୁର ଥାନାରେ ଅପମୃତ୍ୟୁ ମାମଲା ୧୪/୨୬ରେ ରୁଜୁ କରି ମୃତଦେହକୁ ଶବ ବ୍ୟବଛେଦ ପାଇଁ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି। ଏହା ସହ ଘଟଣା ତଦନ୍ତ ଜାରିରହିଥିବା ବେଳେ ରିପୋର୍ଟ ଆସିବା ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କାକଟପୁର ଥାନାଅଧିକାରୀ ବସନ୍ତ କୁମାର ସାହୁ ସୂଚନା ଦେଇଛନ୍ତି।


