ବେଆଇନ ଚାଲାଣ ବେଳେ ଚାରୋଟି ବାଲି ବୋଝେଇ ହାଇୱା ଗାଡି ଜବତ
କୋରାପୁଟ, (ହେମନ୍ତ ପାଣିଗ୍ରାହୀ) : ବେଆଇନ ଭାବେ ବାଲି ଚାଲାଣ ହେଉଥିବା ଚାରୋଟି ବାଲି ବୋଝଇ ହାଇୱା ଗାଡିକୁ ଜବତ କରିଛି ଲକ୍ଷ୍ମୀପୁର ପୋଲିସ। ନବରଙ୍ଗପୁରରୁ ରାୟଗଡା ଓ କୋରାପୁଟ ଜିଲ୍ଲା ସୀମାନ୍ତରେ ଥିବା କଂସାରୀଗୁଡା କାରଖାନାକୁ ବିନା କାଗଜ ପତ୍ରରେ ବାଲି ଚାଲାଣ ହେଉଥିବା ବେଳେ ଲକ୍ଷ୍ମୀପୁର ପୋଲିସ ଖବର ପାଇ ଏସଡ଼ିପିଓ ମନୋଜ ବେହେରା ଙ୍କ ନେତୃତ୍ୱ ରେ ଆଇଆଇସି ସୁଜ୍ଞାନୀ ସାହୁ ଓ ପୋଲିସ ଟିମ ସିଙ୍ଗରାମ ଗାଁ ନିକଟରେ ଚଢ଼ାଉ କରିଥିଲେ। ଚାରୋଟି ବାଲି ବୋଝେଇ ହାଇୱାର କାଗଜ ପତ୍ର ଯାଞ୍ଚ ସମୟ ରେ କୋଟପାଡ଼ ର ଏକ ବାଲିଘାଟରୁ ଲକ୍ଷ୍ମୀପୁର ମହାଦେବ କନଷ୍ଟ୍ରକ୍ସନକୁ ଆସୁଥିବା ଭଳି କିଛି କାଗଜ ପତ୍ର ଦେଖାଇ ଥିବା ବେଳେ ସେହି ବାଲି ବୋଝଇ ହାଇୱା କିନ୍ତୁ ଲକ୍ଷ୍ମୀପୁର ଠାରୁ ୧୫ କିଲୋମିଟର ଦୁର ସିଙ୍ଗରାମ ରେ ଧରା ପଡିଥିଲା। ଯାହାକି କଂସାରୀଗୁଡା କାରଖାନା କାମକୁ ଯାଉଥିବା ଡ୍ରାଇଭର ମାନେ ପ୍ରକାଶ କରିଥିବା ଏସଡ଼ିପିଓ କହିଛନ୍ତି। କାଗଜ ପତ୍ର ସଠିକ ନଥିବା ଓ ଆବଶ୍ୟକ ଠାରୁ ଅଧିକା ପରିମାଣର ବାଲି ପାରିବହନ ହେଉଥିବା କାରଣରୁ ଗାଡି ଗୁଡିକକୁ ଲକ୍ଷ୍ମୀପୁର ଥାନା ରେ ଅଟକ ରଖାଯାଇଥିବା ବେଳେ ଖଣି ବିଭାଗ ଓ ପରିବହନ ବିଭାଗକୁ ତଦନ୍ତ କରିବା ନିମନ୍ତେ ଜଣାଇ ଦିଆଯାଇଛି ବୋଲି ଆଇଆଇସି ପ୍ରକାଶ କରିଛନ୍ତି।ପ୍ରାୟ ପ୍ରତ୍ୟକ ଦିନ ରାୟଗଡାର ଜିମିଡ଼ିପେଟା ଓ ନବରଙ୍ଗପୁର ଅଞ୍ଚଳରୁ ଏମିତି ବାଲି ଚାଲାଣ ହେଉଥିବା ବେଳେ ଖଣି ବିଭାଗ କେମିତି ଚୁପ ବସି ଥାଉଛି ତାହାକୁ ନେଇଁ ଉଠିଛି ପ୍ରଶ୍ନ।ସେପଟେ ଖଣି ବିଭାଗ ର କାମକୁ ପୋଲିସ କରୁଥିବା ନେଇ ଆଲୋଚନା ଜୋର ଧରିଛି।


