ଗାଁକୁ ଅପହଞ୍ଚ ମୌଳିକ ସୁବିଧା : ପ୍ରଶାସନିକ ଅବହେଳାରେ ଅଭିଶପ୍ତ ଏଚକଣା ଓ ଲେଲିଙ୍ଗ ପଦର ଗ୍ରାମ
କଲ୍ୟାଣସିଂହପୁର (ଓ୍ବାଇଏନଏସ) : ସ୍ୱାଧୀନତାର ୭ଦଶନ୍ଧିରୁ ଅଧିକ ବିତି ଯାଇଥିଲେ ମଧ୍ଯ ପ୍ରସାଶନିକ ଅବହେଳାର ଶିକାର ହୋଇଛନ୍ତି ଦୁଇ ଗ୍ରାମବାସୀ । ଆଜିବି ମୌଳିକ ଅଧୂକାରରୁ ବଞ୍ଚିତ।ଏବେବି ବିକାଶର ଆଶା ନେଇ ଅନାଇ ବସିଛନ୍ତି ଦୁଇଗାଁର ୪୯ ପରିବାର।ଯେତେବେଳେ ମାଓବାଦୀଙ୍କ ଦଖଲରେ ଥିଲା ଗାଁ ରାସ୍ତା ଓ ଉପାନ୍ତ ଅଞ୍ଚଳ ଯୋଗୁଁ କେହି ଦେଖୁନଥିଲେ ବାହାର ଦୁନିଆ | ମାଓଦମନ ଅଭିଯାନ ପରେ ଏବେ ଗାଁ ମାଓମୁକ୍ତ । ତଥାପି ବିକାଶ ଛୁଇଁପାରୁନି ଗାଁକୁ । ମୌଳିକ ସୁବିଧାରୁ ବଞ୍ଚିତ ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ କରପା ପଞ୍ଚାୟତର ବକ୍ସାଇଡ ପାହାଡ଼ ଉପର ଥିବା ଏଚ କଣା ଓ ଲେଲିଙ୍ଗ ପଦର ଗ୍ରାମବାସୀ |ପଞ୍ଚାୟତ ସଦର ମହକୁମାଠାରୁ ୩୦କି.ମି. ଦୂରରେ ବଣ ପାହାଡ଼ ଭିତରେ ଳୁଛି ରହିଛି ଗାଁ । ସ୍ଵାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ଏହି ଗାଁରେ କେବେ ସରକାରୀ ବାବୁଙ୍କ ପାଦ ପଡ଼ିନି । ପୂର୍ବରୁ ମାଓ ଭୟରେ ଥରୀ ଉଠୁଥିଲା ଗ୍ରାମ।ଗାଁରେ ପ୍ରାୟ ୪୯ ପରିବାର, ସମସ୍ତେ ଆଦିବାସୀ ସମ୍ପ୍ରଦାୟର ଲୋକେ। ଜଙ୍ଗଲ ଜମିରେ ଚାଷ କରି ଗ୍ରାମବାସୀ ନିଜର ଗୁଜରାଣ ମେଣ୍ଟାଉଛନ୍ତି, ହେଲେ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଜଙ୍ଗଲ ଜମି ପଟ୍ଟା ମିଳିନି । ନିରକ୍ଷର ସାଙ୍ଗକୁ ମାଓବାଦୀଙ୍କ ନିୟମକାନୁନ ଭିତରେ ରହି ସରକାରୀ ଆଇନକାନୁନ ସମ୍ପର୍କ ରେ ସମ୍ପୂର୍ଣ୍ଣ ଅଜ୍ଞ । ଅତ୍ୟନ୍ତ ଆବଶ୍ୟକୀୟ ହେଉଥୁବା ପିଇବା ପାଣିର ସୁବିଧା ନଥିବାରୁ ମହିଳାମାନେ ପାହାଡ ତଳକୁ ଅଧା କିମି ଓହ୍ଲାଇ ଚୁଆରୁ ପାଣି ସଂଗ୍ରହ କରୁଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ,ପାନୀୟଜଳ, ରାସ୍ତା ଘାଟ, ଶୁଶୁ ସୁରକ୍ଷା, ଭତ୍ତା, ଆବାସ ଘର,ବିଦ୍ୟୁତ, ସେବାରୁ ବଞ୍ଚିତ ଏହି ଦୁଇଟି ଗାଁ । ଟୋଲ ତେଲରେ ଡିବିରି ଆଲୁଅରେ ରାତି କଟୁଥିବା ନଚେତ ମବାଇଲ ଆଲୁଅରେ ଖାଦ୍ୟ ଖାଉଛନ୍ତି। ଗ୍ରାମରେ ପ୍ରତି ଘରକୁ ସଲାର ସିଷ୍ଟମ ଆଲୁଅ ମିଳିଛି ସତ କିନ୍ତୁ ୯୦% ପ୍ରତିସତ ଅକାମି ହୋଇ ଲାର୍ଯ୍ୟରେ ଆସୁନି କି କାହାକୁ କହିଲେ କିଏ ଶୁଣୁ ନାହାନ୍ତି।ସ୍କୁଲ୍ ଯିବା ସୁବିଧା ନଥୁବାରୁ କେହି ପାଠ ପଡିଲେ କିଛି ପିଲାମାନେ ହଷ୍ଟଲ ଯାଉଛନ୍ତି ତ କିଏ ମୋଟେ ପାଠ ପଢୁନଥିବାରୁ ବାହାର ରାଜ୍ୟକୁ ଦାଦନ ଖଟିବା ପାଇଁ ଚାଇଯାଉଛନ୍ତି । ସ୍ଵାସ୍ଥ୍ୟ ସୁବିଧା ନଥୁବାରୁ ଗୁଣିଆ ଓ ଦିଶାରୀ ଓ ଚେରମୁଳି ଚିକିତ୍ସା ଉପରେ ଗ୍ରାମବାସୀ ନିର୍ଭର କରନ୍ତି । ନଚେତ ଅକାଳରେ ଜୀବନ ଚାଲିଯାଏ ବୋଲି ପ୍ରକାଶ କରିଛନ୍ତି ଗ୍ରାମବାସୀ।ବହୁବାର ଦାବି ସତ୍ତ୍ବେ ଗାଁକୁ ପକ୍କାରାସ୍ତା ନିର୍ମାଣ ହୋଇପାରିଲା ନାହିଁ । ତେଣୁକରି ନିଜର ଖାଦ୍ୟ ଷସ୍ୟ ବିକ୍ରିକାରୀ ପ୍ରାୟ ସତୁରି ହଜାର ଟଙ୍କା ଖର୍ଚ୍ଚ କରି ଏଚ କଣା ଗ୍ରାମବାସୀ ରାସ୍ତା ନିର୍ମାଣ କରି ସରକାରୀ ଵିଧି ବ୍ୟବସ୍ତାକୁ ଶକ୍ତ ଚାପୁଡ଼ା ସଦୃଶ୍ୟ।ରୋଗୀ ଓ ଗର୍ଭବତୀଙ୍କୁ ଦୋଳା ଓ ଭାରରେ ବୋହି ପାହାଡ଼ ତଳର ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଆଣିବା ପରେ ଆମ୍ବୁଲାନ୍ସ ସୁବିଧା ମିଳୁଛି ।ଅଙ୍ଗନବାଡ଼ି କେନ୍ଦ୍ର ନଥୁବାରୁ ଗ୍ରାମର ଶିଶୁ ଓ ଗର୍ଭବତୀ ପୋଷଣ ଯୁକ୍ତ ଖାଦ୍ୟରୁ ବଞ୍ଚିତ ଉଭୟ ଗାଁ।ଲେଲିଙ୍ଗ ପଦର ଗ୍ରାମର ଗୋଟିଏ ପରିବାରକୁ ମଧ୍ୟ ଆବାସ ଘର ମିଳିନଥିବା ଇନ୍ଦିରା ଆବାସ ଠାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପର୍ଯ୍ୟନ୍ତ ଯୋଜନା ଏମାନଙ୍କ ପାଇଁ ସ୍ୱପ୍ନ ହୋଇ ରହିଛି। ଏଚ କଣା ଗ୍ରାମର ଦଶ ଜଣ ପରିବାରକୁ ଚଳିତ ବର୍ଷ ଆବାସ ଘର ମିଥିବାରୁ ସାମଗ୍ରୀ ଚଢିବା ପାଇଁ କଷ୍ଟ ହେବାରୁ ପାହାଡ଼ ତଳେ ଘର ନିର୍ମାଣ କରୁଥିବା ପ୍ରକାଶ କରିଛନ୍ତି ଗ୍ରାମବାସୀ।ମାଓ ମୁକ୍ତ ହେବା ପରେ ବିକାଶ ନେଇ ଆଶାବାଦୀ ଥିଲେ ଗ୍ରାମବାସୀ କିନ୍ତୁ ପ୍ରଶାସନିକ ଅବହେଳାର ଶିକାର ରେ ଗ୍ରାମବାସୀଙ୍କ ସ୍ଵପ୍ନ ବାସ୍ତବ ରୂପ କେବେ ନେଇପାରୁଛି ଦେଖିବାକୁ ବାକି ରହିଲା।


