ନୂତନ ପ୍ରଧାନଶିକ୍ଷକଙ୍କୁ ସ୍ବାଗତ

ହାଟଡିହି  (ଓ୍ବାଇଏନଏସ): ହାଟଡିହି ବ୍ଲକ ଅରବିନ୍ଦ ଉଚ୍ଚ ବିଦ୍ୟାଳୟ ସଢାର ସହକାରୀ ଶିକ୍ଷକ ନବଘନ ନାୟକଙ୍କୁ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ  ପଦୋନ୍ନତି ଦିଆଯାଇ ପଞ୍ଚୁଗୋଛିଆ ପଞ୍ଚାୟତ ଅଧୀନ ମୁଗୁପୁର ବାଳିକା ଉଚ୍ଚ ବିଦ୍ୟାଳୟର ପଧାନ ଶିକ୍ଷକ ଭାବେ ନିଯୁକ୍ତି ଦିଆ ଯାଇଛି। ଜିଲ୍ଲା ଶିକ୍ଷା ଅଧୂକାରୀଙ୍କ କାର୍ଯ୍ୟାଳୟ ପତ୍ର ନଂ୬୪୧୩ ତା ୦୪/୦୬/୨୦୨୬ ରେ ନିର୍ଦେଶ ମିଳିବା ପରେ ନବଘନ ନାୟକ ବିଦ୍ୟାଳୟରେ ପହଞ୍ଚି ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦୀପକ କୁମାର ସାହୁଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଶ୍ରୀଯୁକ୍ତ ନାୟକ ପ୍ରଧାନଶିକ୍ଷକ ଦାୟିତ୍ୱ ଗ୍ରହଣ କରିବା ପରେ ଦୀପକ କୁମାର ସାହୁ, ଜିଲ୍ଲା ଓଷ୍ଟାର ସମ୍ପାଦକ ରଞ୍ଜନ କୁମାର ଘଡେଇ, ଓଷ୍ଟାର ବ୍ଲକ ସମ୍ପାଦକ ଶିଶିର କୁମାର ବିଶ୍ୱାଳ, ମାଧବାନନ୍ଦ ଜେନା, ପରମାନନ୍ଦ ପରିଡା, ପ୍ରମୋଦ କୁମାର ବେହେରା, ଶାନ୍ତନୁ କୁମାର ରାଉତ, ଶଶୀ ଭୂଷଣ ଜେନା, ସୁଧାଂଶୁ ଶେଖର ବେହେରା, ସୁଧାଂଶୁ ଶେଖର ବିଶ୍ୱାଳ ପଦ୍ମନାଭ ମାଝୀ, ସଞ୍ଜୟ ବରାଳ, ପର୍ଶୁରାମ ନାୟକ ପ୍ରମୁଖ ତାଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ