ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ସମାଜସେବୀ ଅକ୍ଷୟ କୁମାର ରାଉତ
ବୁଗୁଡ଼ା, (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମାଣିତରା ଗ୍ରାମର ଅକ୍ଷୟ କୁମାର ରାଉତଙ୍କ ଜନ୍ମ ଦିନ ଜୁନ୍ ୭ ତାରିଖ ହୋଇଥିବା ବେଳେ ନିଜର ଜନ୍ମ ଦିବସକୁ ସେ ନିଆରା ଢଙ୍ଗରେ ପାଳନ କରିଛନ୍ତି। ସମାଜସେବୀ ତଥା ଓଡ଼ିଶା ରକ୍ତଦାତା ମହାସଂଘର, ଭୁବନେଶ୍ୱର ର ସାଧାରଣ ସମ୍ପାଦକ ଅକ୍ଷୟ କୁମାର ରାଉତ ନିଜ ଜନ୍ମ ଦିବସରେ ସକାଳ ୯ ଘଣ୍ଟା ସମୟରୁ ନିଜର ପୈତୃକ ଗ୍ରାମ ମାଣିତରା ରୁ ବାହାରି ମାଣିତରା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ବୁଗୁଡ଼ା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର, ପୋଲସରା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଓ ବାଲିପଦର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ରୋଗୀମାନଙ୍କୁ ଏବଂ ହାତୀଓଟ ଜରାଶ୍ରମ, ଝୋଲାରି ଜୟ କିଶାନ ଜରାଶ୍ରମ, ଆଦିପୁର ଦିବ୍ୟ ଦର୍ଶନ ଜରାଶ୍ରମର ଅନ୍ତେବାସୀମାନଙ୍କୁ ବ୍ରେଡ, ଓଆରଏସ, ଗ୍ଲୁକୋଜ ଓ ଫଳ ଥିବା କିଟ୍ ପ୍ରଦାନ କରିଥିଲେ। ଶେଷରେ ମାଣିତରା ଗ୍ରାମର ଅନୁସୂଚିତ ଜାତିର ଛୋଟ ଛୁଆମାନଙ୍କୁ ମଧ୍ୟ ଏହି କିଟ୍ ପ୍ରଦାନ କରିଥିଲେ। ଶ୍ରୀ ରାଉତଙ୍କ ସହ କାନକୁଟୁରୁ ଗ୍ରାମର ସମାଜସେବୀ ସୁବ୍ରତ ରାଖଲ୍ ଦାସ ଓ ମାଣିତରା ଗ୍ରାମର ଯୁବ ସମାଜସେବୀ ସାଇରାମ ରାଉତ ପ୍ରତ୍ୟେକ ସ୍ଥାନଙ୍କୁ ଯାଇ ସହଯୋଗ କରିଥିଲେ। ଅବିବାହିତ ଥିବା ସମାଜସେବୀ ତଥା ରକ୍ତଦାତା ମହାସଂଘ ର ସାଧାରଣ ସମ୍ପାଦକ ଅକ୍ଷୟ କୁମାର ରାଉତ ନିଜର ଜନ୍ମଦିନକୁ ଏହିପରି ନିଆରା ଢଙ୍ଗରେ ପାଳନ କରିଥିବାରୁ ବୁଦ୍ଧିଜୀବୀ ବୃନ୍ଦ ଉଚ୍ଚ ପ୍ରଶଂସା କରିଛନ୍ତି।


