ବିଶ୍ଵଶାନ୍ତି ବାସୁଦେବ ଯଜ୍ଞ ଅନୁଷ୍ଠିତ

ବ୍ରହ୍ମପୁର,(ସୁଦିପ କୁମାର ସାହୁ): ରେଶମ ସହର ବ୍ରହ୍ମପୁରରେ ଦେଖିବାକୁ ମିଳିଛି ଏକ ଆଧ୍ୟାତ୍ମିକ ପରିବେଶ। ସ୍ଥାନୀୟ ବାଲୁଙ୍କେଶ୍ୱର ଛକ ନିକଟରେ ଥିବା ବାବା କାସିବିଶ୍ୱନାଥ ମନ୍ଦିର ପରିସରରେ ବିଶ୍ଵଶାନ୍ତି ମଙ୍ଗଳ କାମନା କରି ଏକ ଭବ୍ୟ ‘ବାସୁଦେବ ଯଜ୍ଞ’ ଅନୁଷ୍ଠିତ ହୋଇଯାଇଛି। ବିଜ୍ଞ ପଣ୍ଡିତଙ୍କ ଦ୍ୱାରା ପୂଜାର୍ଚ୍ଚନା ଓ ହୋମ ଏହି ପବିତ୍ର ଯଜ୍ଞାନୁଷ୍ଠାନରେ ବ୍ରହ୍ମପୁର ସମେତ ଆଖପାଖ ଅଞ୍ଚଳର ବହୁ ବିଦ୍ୱାନ ଓ ପଣ୍ଡିତମାନେ ଯୋଗ ଦେଇଥିଲେ। ପ୍ରଭୁ ବିଶ୍ୱନାଥଙ୍କ ମନ୍ଦିରରେ ରୁଦ୍ରାଭିଷେକ, ସହସ୍ର ବିଲ୍ଵର୍ଚ୍ଚନ, ଚଣ୍ଡୀପାଠ ଏବଂ ଭଗବତ ଗୀତା ପାରାୟଣ କରାଯିବା ସହ ବାସୁଦେବ ମନ୍ତ୍ରରେ ଆହୁତି ଦିଆଯାଇ ହୋମ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଯୋଗୁଁ ସମଗ୍ର ଅଞ୍ଚଳରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ବ୍ରାହ୍ମଣଙ୍କ ସ୍ଵ-ଅର୍ଜିତ ଧନରେ ଅନୁଷ୍ଠାନ ଏହି ଯଜ୍ଞର ସବୁଠାରୁ ବଡ଼ ବିଶେଷତ୍ୱ ଥିଲା ଯେ, ଉପସ୍ଥିତ ଥିବା ବ୍ରାହ୍ମଣମାନେ ନିଜର ସ୍ଵ-ଅର୍ଜିତ ଧନ ବିନିମୟରେ ଏହି ମହତ ଯଜ୍ଞର ଆୟୋଜନ କରିଥିଲେ, ଯାହା ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସିତ ହୋଇଛି।ଗଣ୍ୟମାନ୍ୟ ବ୍ୟକ୍ତି ଓ ବିଦ୍ୱାନଙ୍କ ଉପସ୍ଥିତି ଏହି ଶୁଭ ଅବସରରେ ଅଞ୍ଚଳର ଅନେକ ବିଜ୍ଞ ବିଦ୍ୱାନ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ସେମାନଙ୍କ ମଧ୍ୟରେ ବାବୁଲା ଷଡ଼ଙ୍ଗୀ ଉମାକାନ୍ତ ରଥ,ବିଭୁ ନନ୍ଦନ ପଣ୍ଡା, ସୁଧାଂଶୁ ଶେଖର କର,ଅରୁଣ ଶତପଥୀ, ଦୁର୍ଗା ମାଧବ ରଥ,ଗୋପାଳ ତ୍ରିପାଠୀ
କୁନା ଶତପଥୀ,ଶୁଭମ ପଣ୍ଡା,ଘନଶ୍ୟାମ ତ୍ରିପାଠୀ,ରାମ କୃଷ୍ଣ ଷଡ଼ଙ୍ଗୀ,ଗୋବିନ୍ଦ ଦାଶ ଯଂଜ୍ଞ ନାରାୟଣ ରଥ,ରବୀନ୍ଦ୍ର ସାହୁ, କାଳୁଚରଣ ଦାଶ,ଦୁର୍ଗା ମିଶ୍ର,ବିଭୁତି ଭୂଷଣ ତ୍ରିପାଠୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ପ୍ରମୁଖ ସାମିଲ ଥିଲେ।ଯଜ୍ଞର ପୂର୍ଣ୍ଣାହୁତି ପରେ ମନ୍ଦିର ପ୍ରାଙ୍ଗଣରେ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା। ଏଥିରେ ଶହ ଶହ ଶ୍ରଦ୍ଧାଳୁ ଉପସ୍ଥିତ ରହି ଶୃଙ୍ଖଳିତ ଭାବେ ପ୍ରସାଦ ସେବନ କରିବା ସହ ବାବା କାସିବିଶ୍ୱନାଥଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ