୧୦ ସରକାରୀ ହାଇସ୍କୁଲରେ ନିଯୁକ୍ତି ପାଇଲେ ନୂତନ ସ୍ଥାୟୀ ପ୍ରଧାନଶିକ୍ଷକ

ଆସିକା (ୱାଇଏନ୍‍ଏସ୍‍): ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଓଡିଶା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଯୋଗ୍ୟ ବିବେଚିତ ସହକାରୀ ଶିକ୍ଷକଙ୍କୁ ପଦୋନ୍ନତି ଦିଆଯାଇ ରାଜ୍ୟର ବିଭିନ୍ନ ସରକାରୀ ହାଇସ୍କୁଲ ଗୁଡିକରେ ସ୍ଥାୟୀ ପ୍ରଧାନଶିକ୍ଷକ ରୂପେ ନିଯୁକ୍ତି ଦିଆଯାଇଥିବା ଜଣାପଡିଛି । ଏହି କ୍ରମରେ ଆସିକା ଅଞ୍ଚଳର ୧୦ଟି ସରକାରୀ ହାଇସ୍କୁଲରେ ନୂତନ ଭାବେ ସ୍ଥାୟୀ ପ୍ରଧାନ ଶିକ୍ଷକ ନିଯୁକ୍ତି ପାଇଥିବା ଜଣାପଡିଛି । ଶିକ୍ଷା ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ନିଆଯାଇଥିବା ଏହି ପଦକ୍ଷେପକୁ ବୁଦ୍ଧିଜୀବୀ ଓ ସଚେତନ ନାଗରିକ ମହଲରେ ସ୍ୱାଗତ କରାଯାଉଥିବା ଦେଖିବାକୁ ମିଳୁଛି । ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଗଞ୍ଜାମ ଜିଲ୍ଲା ଶିକ୍ଷା ବିଭାଗ କାର୍ଯ୍ୟାଳୟ ଅଧୀନସ୍ଥ ଆସିକା ବ୍ଳକର ଗ୍ରାମ ପଞ୍ଚାୟତ ହାଇସ୍କୁଲ ଦେବଭୁମୀରେ ସୁଶାନ୍ତ କୁମାର ପଣ୍ଡା, ନିମିନା ସ୍ଥିତ କୃଷ୍ଣ ଚରଣ ବାଳିକା ଉଚ୍ଚ ବିଦ୍ୟାଳୟରେ ଉମାଚରଣ ସାହୁ,ସରକାରୀ ଚିନିଶିଳ୍ପ ହାଇସ୍କୁଲରେ ବାବନପୁରରେ ଗୌରୀଶଙ୍କର ଗୌଡ, ରିଷିପୁର ସ୍ଥିତ ସରକାରୀ ୟୁଜି ହାଇସ୍କୁଲରେ ସୁମିତ୍ରା ରଥ, ମୁନିଗାଡି ସ୍ଥିତ ଉତ୍ସବେଶ୍ୱର ୟୁଜି ସରକାରୀ ନୋଡାଲ୍‍ ଉଚ୍ଚ ବିଦ୍ୟାଳୟରେ ବାଣିଶ୍ରୀ ପଣ୍ଡା, ଖୁକୁଣ୍ଡିଆ ସ୍ଥିତ କେବି ହାଇସ୍କୁଲରେ ଭଗବାନ ସ୍ୱାଇଁ, କେନ୍ଦୁପଦର ସ୍ଥିତ ପ୍ରଗତି ବିଦ୍ୟାପୀଠରେ ଅଶୋକ କୁମାର କହଁର, ମଙ୍ଗଳପୁର ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଗୀତାଞ୍ଜଳୀ ସାସମଲ, ଜୟପୁର ସରକାରୀ ହାଇସ୍କୁଲରେ ସ୍ୱପ୍ନାକୁମାରୀ ରାଇକା, ଆସିକା ଟେକନିକାଲ୍‍ ହାଇସ୍କୁଲରେ ପରମାନନ୍ଦ ଜାନି ନିଯୁକ୍ତି ପାଇଥିବା ଜଣାପଡିଛି । ଆସିକା ଅଞ୍ଚଳର ବହୁ ସରକାରୀ ହାଇସ୍କୁଲ ଗୁଡିକରେ ଦୀର୍ଘ ଦିନ ହେଲା ସ୍ଥାୟୀ ପ୍ରଧାନଶିକ୍ଷକ ପଦବୀ ଖାଲି ପଡିଥିବାରୁ ଦୈନନ୍ଦିନ କାର୍ଯ୍ୟ ପରିଚାଳନାରେ ନାନା ସମସ୍ୟା ସୃଷ୍ଟି ହେଉଥିଲା । ବିଳମ୍ବରେ ହେଲେ ବି ଶିକ୍ଷା ବିଭାଗ ପକ୍ଷରୁ ଆସିକାର ୧୦ ସରକାରୀ ହାଇସ୍କୁଲରେ ସ୍ଥାୟୀ ପ୍ରଧାନଶିକ୍ଷକ ନିଯୁକ୍ତି କରାଯାଇଥିବାରୁ ସରକାରଙ୍କ ପଦକ୍ଷେପକୁ ସାଧାରଣରେ ସ୍ୱାଗତ କରାଯାଉଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ