ଜୟପୁର ଚାମ୍ବର ଅଫ କମର୍ସର ଇ ପୋର୍ଟାଲ ସେବା ଆରମ୍ଭ

ଜୟପୁର,(ହେମନ୍ତ ପାଣିଗ୍ରାହୀ) : କୋରାପୁଟ୍ ଜିଲ୍ଲା ଜୟପୁର ସହରରେ ଚାମ୍ବର ଅଫ କମର୍ସର ଇ ପୋର୍ଟାଲ ସେବା ଆରମ୍ଭ କରାଯାଇଛି। କାର୍ଯ୍ୟକର୍ମ ର ପ୍ରାରମ୍ଭରେ ସଭାପତି ସଞ୍ଜୟ ଜୈନ ତାଙ୍କ ଅଭିଭାଷଣରେ କହିଥିଲେଯେ ବ୍ୟବସାୟୀଙ୍କ ସ୍ୱାର୍ଥରକ୍ଷା ଓ ଡିଜିଟାଲ ସେବା ବିସ୍ତାର ଉପରେ ଗୁରୁତ୍ୱ, ଅନଲାଇନ୍ ମାର୍କେଟ୍‌କୁ ଦୂରେଇ ରଖ୍ ଲୋକାଲ ମାର୍କେଟ୍ ରୁ ସାମଗ୍ରୀ କିଣିଲେ ଏତିକାର ବ୍ୟବସାୟୀ ଉପକୃତ ହେବେ। ଯଦ୍ବାରା ଏକ ବିକାଶଶୀଳ ଜୟପୁର ଗଠନ କରିବାରେ ସହାୟକ ହେବ। ବର୍ତ୍ତମାନ ଜୟପୁର ଚେମ୍ବର ଅଫ୍ କମର୍ସରେ ପ୍ରାୟ ୮୪୦ ଜଣ ସଦସ୍ୟ ଅଛନ୍ତି। ଆଗାମୀ ଦିନରେ ଛୋଟ, ମଧ୍ୟମ ଓ ବଡ଼ ବ୍ୟବସାୟୀଙ୍କୁ ଏକାଠି କରି ସଂଗଠନକୁ ଆହୁରି ସଶକ୍ତ କରିବା ସହ ସଦସ୍ୟ ସଂଖ୍ୟା ବୃଦ୍ଧି କରିବା ଲକ୍ଷ୍ୟ ରହିଛି। ନୂତନ ୱେବସାଇଟ୍ ମାଧ୍ୟମରେ ସଦସ୍ୟମାନଙ୍କୁ ଦ୍ରୁତ ସୂଚନା, ଅନଲାଇନ୍ ସେବା ଏବଂ ବ୍ୟବସାୟ ସମ୍ବନ୍ଧୀୟ ବିଭିନ୍ନ ସୁବିଧା ଯୋଗାଇ ଦିଆଯିବ ବୋଲି ସେ ପ୍ରକାଶ କରିଥିଲେ। ଶେଷରେ ଚେମ୍ବରର ଉପସ୍ଥିତ ଥିବା ସମସ୍ତ ସଦସ୍ୟ ଓ କାର୍ଯ୍ୟକାରିଣୀକୁ ଅଭିନନ୍ଦନ ଜଣାଇବା ସହ ସଂଗଠନର ସର୍ବାଙ୍ଗୀଣ ବିକାଶ ପାଇଁ ସହଯୋଗର ଆହ୍ୱାନ ଜଣାଇଥିଲେ। କାର୍ଯ୍ୟକ୍ରମରେ ଗଣେଶ ଆଚାର୍ଯ୍ୟ, ବରୁଣ ଜୈନ, ଲକ୍ଷ୍ମୀ ସମାନ୍ତରାୟ ଙ୍କ ସହ ବହୁ ସଂଖ୍ୟକ ବ୍ୟବସାୟୀ ଓ ସଦସ୍ୟ ଉପସ୍ଥିତ ରହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ