ଚୋରାମଦ ଜବତ,୧୦ଗିରଫ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧୀକ୍ଷକ ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ, ଆଳି, କେନ୍ଦ୍ରାପଡ଼ା ସଦର, ମାହାଙ୍ଗା, ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ , ପଟ୍ଟାମୁଣ୍ଡାଇ ଆଦର୍ଶ ଓ ରାଜକନିକା ଥାନା ଅଧିନସ୍ଥ ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ କାନରପୁର ଗ୍ରାମର ରତ୍ନାକର ଜେନା(୬୨)ଙ୍କ ଠାରୁ ୩୫ ଲିଟର ବିଦେଶୀ ମଦ, ସେବସାହି ବରଡ଼ା ଗ୍ରାମର ଶେଖର ସେଠୀ(୫୬)ଙ୍କ ଠାରୁ ୨୯ ଲିଟର ଦେଶୀ ମଦ, ଜୟନଗର ଗ୍ରାମର ନଳିନୀକାନ୍ତ ବିଶ୍ୱାଳ(୪୬)ଙ୍କ ଠାରୁ ୧୫ ଲିଟର ବିଦେଶୀ ମଦ, ପାଇକରାପୁର ଗ୍ରାମର ପ୍ରଶାନ୍ତ କୁମାର ମଳିକ(୩୧)ଙ୍କ ଠାରୁ ୧୯ ଲିଟର ବିଦେଶୀ ମଦ, ଡେରାବିଶ ଗ୍ରାମର ଜିତେନ୍ଦ୍ର କୁମାର ବେହେରା(୪୦)ଙ୍କ ଠାରୁ ୧୨ ଲିଟର ଦେଶୀ ମଦ ଲଷ୍ମୀନାରାୟଣପୁର ଗ୍ରାମର ବସନ୍ତ କୁମାର ସାହୁ(୬୧)ଙ୍କ ଠାରୁ ୨୨ ଲିଟର ବିଦେଶୀ ମଦ, ଛଞ୍ଚିଣା ଗ୍ରାମର ଦୁଷ୍ମନ୍ତ କୁମାର ଜେନା(୪୪)ଙ୍କ ଠାରୁ ୨୦ ଲିଟର ବିଦେଶୀ ମଦ, ଲୋକନାଥପୁର ଗ୍ରାମର ବଳରାମ ମଳିକ(୩୨)ଙ୍କ ଠାରୁ ୧୭ ଲିଟର ଦେଶୀ ମଦ ଏବଂ ରାଜେନ୍ଦ୍ର ମଳିକ(୩୦)ଙ୍କ ଠାରୁ ୩୧ ଲିଟର ବିଦେଶୀ ମଦ ଓ ମାଟିଆ ଗ୍ରାମର ମମତା ମଳିକ(୪୪)ଙ୍କ ଠାରୁ ୧୮ ଲିଟର ବିଦେଶୀ ମଦ ଜବତ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି । ସେମାନଙ୍କ ପାଖରୁ ସମୁଦାୟ ୨୧୮ ଲିଟର ବିଦେଶୀ ଓ ଦେଶୀ ଚୋରାମଦ ଜବତ କରାଯାଇ ୧୦ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ଚଢ଼ାଉରେ ଅବକାରୀ ଉପ ନିରୀକ୍ଷକ ଋତୁପ୍ରଭା ସ୍ୱାଇଁ, ପ୍ରିୟଦର୍ଶି ମାନସରଞ୍ଜନ ମିଶ୍ରଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ