ସୌଣ୍ଡିକ ସଂଘର ସମ୍ମିଳନୀ: ଜନଗଣନାକୁ ସହଯୋଗ କରିବାକୁ ପ୍ରସ୍ତାବ
କୋରାପୁଟ,(ହେମନ୍ତ ପାଣିଗ୍ରାହୀ) : କୋରାପୁଟ ଜିଲ୍ଲା ସୌଣ୍ଡିକ ସଂଘର ଏକ ଗୁରୁତ୍ୱ ପୁର୍ଣ ବୈଠକ ସ୍ଥାନୀୟ ଆଦିବାସୀ ସଂଗ୍ରହାଳୟର ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ନାରାୟଣ ବିଶୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକର ସଭାପତି, ସମ୍ପାଦକଙ୍କ ସମେତ କାର୍ଯ୍ୟକର୍ତା ଉପସ୍ଥିତ ରହିଥିଲେ।କାର୍ଯ୍ୟକ୍ରମ ଆରମ୍ଭରୁ ଜଗନ୍ନାଥଙ୍କ ଫୋଟ ଚିତ୍ରରେ ପୂଜାର୍ଚନା କରାଯାଇଥିଲା।କାର୍ଯ୍ୟକ୍ରମ ଆରମ୍ଭରୁ ପୂର୍ବ ବୈଠକର ବିବରଣୀ ପାଠ କରାଯିବା ସହ ବ୍ଲକ କମିଟି ଯେଉଁ ବ୍ଲକରେ କରାଯାଇନାହିଁ ସେଉପରେ ଆଲୋକପାତ କରାଯାଇଥିଲା ଏପରିକି ମହିଳା ସଂଗଠନ ଗଠନ ନିମନ୍ତେ ପ୍ରସ୍ତାବ ଗୃହୀତ ହୋଇଥିଲା। ଚଳିତ ମାସ ୨୪ ତାରିଖ ଦିନ ଲକ୍ଷ୍ମୀପୁର ସଦର ମହାକୁମାରେ ବ୍ଲକର ୩ ହଜାର ରୁ ଉର୍ଦ୍ଧ ଲୋକଙ୍କ ର ଏକ ସମାବେଶ ଆୟୋଜନ ହେବାର ଅଛି, ଉକ୍ତ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସଭାପତି ସୀପନ କୁମାର ଗୁପ୍ତା, ନିଖିଳ ଓଡିଶା ସୌଣ୍ଡିକ ସଂଘର ରାଜ୍ୟ ସଭାପତି ବିକ୍ରମ କିଶୋର ସାହୁ ,ରାଜ୍ୟ ଉପଦେଷ୍ଟା କଦଣ୍ଡ ଧର ଚୌଧୁରୀ ଙ୍କ ସମେତ ପ୍ରତ୍ୟକ ଜିଲ୍ଲାର ସଭାପତି ଓ କର୍ମକର୍ତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।କାର୍ଯ୍ୟକ୍ରମକୁ କିପରି ସଫଳ ରୂପାୟନ ଦିଆଯାଇପାରିବ ସେନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା।ମନବଳ,ଧନବଳ ଓ ଜନବଳ ବିନା କୌଣସି ସଂଗଠନ ଆଗକୁ ଯିବା ସମ୍ଭବ ନୁହଁ, ତେଣୁ ଯୁବ ପିଢ଼ି ଜାଗ୍ରତ ପ୍ରହରୀ ହୋଇ ସଙ୍ଘଠନକୁ ଆଗକୁ ନେବାକୁ ପ୍ରୟାସ କରାଯାଉ ବୋଲି ବରିଷ୍ଠ ସଦସ୍ୟ ମାଧବ ଚୌଧୁରୀ ପ୍ରକାଶ କରିଥିଲେ। ଲକ୍ଷ୍ମୀପୁର ସମାବେଶ କୁ ସଫଳତାର ସହ ଆୟୋଜନ କରିବା ନିମନ୍ତେ ସଭାପତି ମନୋଜ ସାହୁ ସମ୍ପାଦକ ହେମନ୍ତ ବିଶୋଇ,ଉପଦେଷ୍ଟା ପରମେଶ୍ୱର ସାହୁ ପ୍ରମୁଖ ଅଭିଭାଷଣ ଦେଇ ଜିଲ୍ଲା କର୍ମ କର୍ତା ଙ୍କ ସହଯୋଗ ଲୋଡିଥିଲେ।କାର୍ଯ୍ୟକ୍ରମ ରେ ଉପସଭାପତି ବୁଲୁ ଚୌଧୁରୀ,ସମ୍ପାଦକ କପିଳ ବିଶୋଇ,ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ ମାନସ ବିଶୋଇ, ଯୁଗ୍ମ ସମ୍ପାଦକ ଏମ ଲକ୍ଷ୍ମୀ ନାରାୟଣ,ଉପଦେଷ୍ଟା ସିମାଞ୍ଚଳ ଚୌଧୁରୀ,ମୁରଲୀ ତୁଳ,ନକୁଳ ବିଶୋଇ, କୃଷ୍ଣ ଚନ୍ଦ୍ର ବିଶୋଇ, ସଂଜୀବ ରାଓ ପ୍ରମୁଖ ମଞ୍ଚାସିନ ରହିଥିଲେ।ଜିଲ୍ଲା ମହିଳା ସଭାନେତ୍ରୀ ମମତା ଚୌଧୁରୀ ଙ୍କୁ ଦକ୍ଷିଣ ପ୍ରାନ୍ତୀୟ ସଂଯୋଜିକା ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିବାରୁ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ସରକାରଙ୍କ ତରଫରୁ ବର୍ତ୍ତମାନ ଜନଗଣନା ଚାଲୁ ରହିଥିବା ଯୋଗୁଁ ସମସ୍ତେ ସହଯୋଗ କରିବା ସହ ସଠିକ ତଥ୍ୟ ପ୍ରଦାନ କରିବା ନିମନ୍ତେ କୁହାଯାଇଥିଲା। କାର୍ଯ୍ୟକ୍ରମକୁ ପ୍ରତାପ ଚୌଧୁରୀ ପରିଚାଳନା କରିଥିଲେ।


