ଭୋଟର ତାଲିକା ସଂଶୋଧନ ଅଭିଯାନ

ମାଲକାନଗିରି/ମାଥିଲି, (ଡଃ ଶିବ ନାରାୟଣ ପାତ୍ର): ମାଥିଲି ବ୍ଲକ ଅନ୍ତର୍ଗତ ମେକା ପଞ୍ଚାୟତରେ ଆଜି ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମକୁ ନେଇ ବ୍ୟାପକ ସଚେତନତା ଅଭିଯାନ ଚାଲିଥିଲା। ଏହି ଅବସରରେ ବିଜେଡି ମାଥିଲି ବ୍ଲକ ସଭାପତି ସଦାଶିବ ପୂଜାରୀ ପଞ୍ଚାୟତର ବିଭିନ୍ନ ଗ୍ରାମ ଓ ୱାର୍ଡ ପରିଦର୍ଶନ କରି ଗ୍ରାମବାସୀଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ସେ ଭୋଟର ତାଲିକାରେ ଯେଉଁମାନଙ୍କ ନାମ ନାହିଁ କିମ୍ବା କୌଣସି କାରଣରୁ କଟିଯାଇଛି, ସେମାନଙ୍କୁ ପୁନଃ ନାମ ଅନ୍ତର୍ଭୁକ୍ତି ପ୍ରକ୍ରିୟା ସମ୍ପର୍କରେ ସଚେତନ କରାଇଥିଲେ। ଅନେକ ଯୋଗ୍ୟ ମତଦାତାଙ୍କ ନାମ ଭୋଟର ତାଲିକାରେ ଯୋଡ଼ାଯିବା ପାଇଁ ଆବଶ୍ୟକ ଫର୍ମ ପୂରଣ ଓ ଅନ୍ୟାନ୍ୟ ପ୍ରକ୍ରିୟାରେ ସହଯୋଗ ମଧ୍ୟ କରିଥିଲେ। ସଦାଶିବ ପୂଜାରୀ କହିଥିଲେ ଯେ, ଭୋଟ ହେଉଛି ପ୍ରତ୍ୟେକ ନାଗରିକଙ୍କ ସାମ୍ବିଧାନିକ ଅଧିକାର। ତେଣୁ କୌଣସି ଯୋଗ୍ୟ ବ୍ୟକ୍ତି ଭୋଟର ତାଲିକାରୁ ବାଦ ପଡ଼ିବା ଉଚିତ ନୁହେଁ। ଏହି ଉଦ୍ଦେଶ୍ୟରେ ସେ ଗ୍ରାମବାସୀଙ୍କ ସହ ନିକଟତର ଭାବେ ଜଡ଼ିତ ହୋଇ ପ୍ରତ୍ୟେକ ୱାର୍ଡ ବୁଲି ସମସ୍ୟା ଚିହ୍ନଟ କରିବା ସହ ତାହାର ସମାଧାନ ପାଇଁ ପଦକ୍ଷେପ ନେଇଥିଲେ। ଏହି ପଦକ୍ଷେପକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସାର ସ୍ୱର ଶୁଣିବାକୁ ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ