ଗାଡି ଯାଞ୍ଚ ବେଳେ ବିପୁଳ ପରିମାଣର ଗଂଜେଇ ଜବତ
ନାଉଗାଁ , (ଓ୍ବାଇଏନଏସ): ନାଉଗାଁ ପୋଲିସ କୁ ବଡ଼ ସଫଳତା ମିଳିଛି । ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ଦେବୀଦୋଳ ପୋଲର ଦକ୍ଷିଣ ପଟୁ ଦେବୀଦୋଳ ଆଡକୁ ଆସୁଥିବା ଦୁଇଟି ଲୁନାରେ ଚାରି ଜଣଙ୍କୁ ପୋଲିସ କାବୁ କରି ନେଇଛି | ସେମାନଙ୍କ ନିକଟରୁ ୨୨କି.ଗ୍ରା ୨୮୦ଗ୍ରାମର ଗଂଜେଇ ଜବତ ହୋଇଥିବା ଏସଡିପିଓ ଦିବ୍ୟ ରଞ୍ଜନ ନାଥ ଏବଂ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସତ୍ୟବ୍ରତ ଦାସ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ତାଙ୍କ ସହିତ ଆଇଆଇସି ଦେବାଶିଷ ପଣ୍ଡା ଉପସ୍ଥିତ ଥିଲେ। ସୂଚନା ମୁତାବକ ନାଉଗାଁ ପୋଲିସ ତରଫରୁ ଦେବୀଦୋଳ ପୋଲ ନିକଟ ପାଟ୍ରୋଲିଂ ସମୟରେ ଦେବୀଦୋଳ ଆଡକୁ ଦ୍ରୁତଗତିରେ ଦୁଇଟି ଟିଭିଏସ ଏକ୍ସଏଲ-100 ହୋଇଥିବା ଗାଡ଼ି ପଞ୍ଜିକରଣ ନମ୍ବର ହେଉଛି ଡବ୍ଲୁବି-୩୨ଏନ୍-୪୩୨୮ ଏବଂ ଟିଭିଏସ-ଏକ୍ସଏଲ -100 ଗାଡ଼ି ପଞ୍ଜିକରଣ ନମ୍ବର – ଓଡି -୦୨-ବିସି -୩୮୫୩ ରେ ଆସୁଥିଲେ | ପୋଲିସର ସନ୍ଦେହ ହେବାରୁ ସେହି ଦୁଇଟି ଲୁନାର ପିଛା କରି କାବୁ କରିବାରୁ ସେମାନଙ୍କ ନିକଟରୁ ଉକ୍ତ ଗଂଜେଇ ଜବତ ହେବା ସହିତ ତିନୋଟି ମୋବାଇଲ ଜବତ କରିଥିଲେ | ସେମାନଙ୍କ ଚି଼ହ୍ନଟ କରିବାରୁ ଜାଣିବାକୁ ପାଇଲେ ଯେ ସେମାନେ ହେଲେ ପଞ୍ଚିମବଙ୍ଗର ମେଦିନୀପୁର ଅଞ୍ଚଳ ଶେଖ ରବାନି (୪୦), ଏସ.କେ ରକିବୁଲ (୩୬), ଏସକେ ୟିଆର ଅଲି (୫୮), ମୁକ୍ତର ଅଲି ଶାହ (୪୦) । ପୋଲିସ ପକ୍ଷରୁ ୧୫୭/୨୦୨୬ରେ ଏକ ମାମଲା ରୁଜୁ କରାଯାଇଛି। ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ନାଥ କହିଛନ୍ତି।


