କଟକ ଇନ କଟକ ପ୍ୟାଭିଲିୟନରେ ପାଳନ ହେବ ରଜ ଉତ୍ସବ

କଟକ, (ଓ୍ବାଇଏନଏସ): ପ୍ରଥମ ଥର ପାଇଁ କଟକ ମହାନଗର ନିଗମ ପାଳିବ ଏକ ଭିନ୍ନ ସ୍ୱାଦର ରଜଉତ୍ସବ। ତଳ ବାଲିଯାତ୍ରା ପଡିଆ କଟକ ଇନ କଟକ ପ୍ୟାଭିଲିୟନରେ ଜୁନ ୧୪ରୁ ୧୬ ତାରିଖ ତିନିଦିନ ଧରି ଏହି ରଜଉତ୍ସବ ପାଳନ କରାଯିବ। ମାଗଣାରେ ରଜ ପାନ ଓ ପୋଡ ପିଠାର ଆସର ସହ ପାରମ୍ପରିକ ଓ ଆଧୁନିକ ଖାଦ୍ୟର ସମ୍ଭାର ଓ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ମହିଳା ମାନଙ୍କୁ କାର୍ଯ୍ୟକ୍ରମରେ ସମ୍ମାନିତ କରାଯିବ। ଓଡ଼ିଶାର ସୁନାମଧନ୍ୟ ମହିଳା ମାନଙ୍କ ଗୌରବର କଥା ଓ କାହାଣୀ ପରିବେଷଣ କରାଯିବ। ଏହାଛଡା ସହରରେ ଥିବା ୨ଶହ ଟି ବସ୍ତିର ଝିଅ ମାନଙ୍କୁ ବସ୍ତି କମିଟି ଜରିଆରେ ଏକ ଟଙ୍କାର ଗିଫ୍ଟ କୁପନ ପ୍ରଦାନ କରାଯିବ। ବଡକଥା ହେଉଛି ଏହି ରଜରେ ସିଏମସି ପକ୍ଷରୁ ଏକ ନୁଆ ପ୍ରଥା ହାତକୁ ନିଆଯାଇଛି। ଋତୁସ୍ରାବ ସମୟରେ ମହିଳାମାନଙ୍କ ଦ୍ୱାରା ବ୍ୟବହୃତ ସାନିଟାରୀ ପ୍ୟାଡ଼କୁ ସିଏମସି ବର୍ଜ୍ୟବସ୍ତୁ ଗାଡିର ଲାଲ ବାକ୍ସରେ ହଁ ପକାଇବାକୁ ଅନୁରୋଧ କରାଯାଇଛି। ମହିଳା ମାନଙ୍କୁ ଏ ଦିଗରେ ମଧ୍ୟ ସଚେତନ କରାଯିବ ବୋଲି ମେୟର କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ