ଭୁଲିଗଲେ ମାନବିକତା, ଶବ ଆଗରେ ବାଡିଆପିଟା
ହାଟଡିହି (ଓ୍ବାଇଏନଏସ): ନନ୍ଦିପଦା ଥାନା ଶାଳକଣିଆଁ ଗାଁ ରେ ଘଟିଛି ଅଭାବନୀୟ ଘଟଣା। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାଇ ଶାଳକଣିଆଁ ଗାଁରେ ପ୍ରଦୀପ ରାଉତଙ୍କ ସ୍ତ୍ରୀ ଉଷାରାଣୀ ରାଉତଙ୍କ ବିଷକ୍ରିୟା ଜନିତ ମୃତ୍ୟୁ ଘଟିଥିଲା ବେଳେ ବ୍ୟବଚ୍ଛେଦ ନକରି ଶବକୁ ଘରକୁ ଆଣି ମଶାଣିରେ ସତ୍କାର କରିବାକୁ ପ୍ରସ୍ତୁତି କରୁଥିବା ବେଳେ ମହିଳାଙ୍କ ବାପଘର ଲୋକେ ପୋଲିସରେ ଅଭିଯୋଗ କରିବା ପରେ ପୋଲିସ ପହଞ୍ଚି ମଶାଣିରୁ ଶବକୁ ଜବଦ କରି ବ୍ୟବଚ୍ଛେଦ କରାଇଥିଲେ। ଗୋଟିଏ ଦିନ ପରେ ଶବ ବ୍ୟବଚ୍ଛେଦ ହୋଇ ଗାଁକୁ ଫେରିବା ପରେ ଭଉଣୀର ମୃତ୍ୟୁକୁ ସହ୍ୟ କରି ପାରିଲାନି ମହିଳାଙ୍କ ଭାଇ। ଘରେ ମୃତଦେହ ପହଞ୍ଚୁ ପହଞ୍ଚୁ କୋକେଇ ରେ ଶବ ଥୁଆ ଯାଇଥିବା ବେଳେ ଶବ ସତ୍କାର କଥା ଭୁଲିଯାଇ ଭିଣୋଇକୁ ଆକ୍ରମଣ କଲା ଶଳା । ଏହା ଦେଖି ଭିଣୋଇଙ୍କ ସମ୍ପର୍କୀୟ ଓ ପରିବାର ଲୋକେ ମୃତ ମହିଳାଙ୍କ ଭାଇକୁ ଭଲକରି ଉତ୍ତମ ମଧ୍ୟମ ଦେଇ ବିଦା କରିବା ପରେ ଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇ ଥିଲା। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।


