ପୂର୍ବ ଶତ୍ରୁତାରୁ ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକରେ ରବିବାର ସନ୍ଧ୍ୟା ପ୍ରାୟ ୭ ଟାରେ ଜଣେ ଅଟୋ ଚାଳକ ଙ୍କୁ ସଂଘବଦ୍ଧ ଭାବେ ହତ୍ୟା ଉଦ୍ୟମ କରାଯାଇଛି।ମରଣାନ୍ତକ ଆକ୍ରମଣ ରେ ଗୁରୁତର ଆହାତ ଜଣକ ହେଲେ କଙ୍କୋରଡ଼ା ଗ୍ରାମ ପାଇକ ସାହିର ଅଶୋକ ବିଷୋୟୀ(୨୫)।ଅଶୋକ ମେଡ଼ିକାଲ ଛକ ନିକଟ ତାଙ୍କ ରୁମ୍ ରେ ବସିଥିଲେ।ଏକ କାର୍ ରେ ଆସିଥିବା ୫ ରୁ ଉର୍ଦ୍ଧ୍ବ ଯୁବକ ବିଭିନ୍ନ ମାରଣାସ୍ତ୍ର ଦ୍ଵାରା ଅଶୋକ ଙ୍କୁ ଅତର୍କିତ ଆକ୍ରମଣ କରିଥିଲେ।ତାଙ୍କ ବେକ ଓ ମୁଣ୍ଡ କୁ ଲକ୍ଷ୍ୟକରି ଦୁର୍ବୃତ୍ତ ମାନେ ଖଣ୍ଡା ରେ ଚୋଟ ପରେ ଚୋଟ ପକାଉଥିବା ବେଳେ ଅଶୋକ ତାଙ୍କ ୨ ହାତ ରେ ଖଣ୍ଡା କୁ ଆଗୁଳିି ଚାଲିଥିଲେ ବୋଲି କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଅଶୋକ ରକ୍ଷାକର ରକ୍ଷାକର ବୋଲି ଚିତ୍କାର କରିବାରୁ ସ୍ଥାନୀୟ କିଛି ଯୁବକ ଘଟଣାସ୍ଥଳକୁ ଦୌଡ଼ି ଆସିବାରୁ ଦୁର୍ବୃତ୍ତ ମାନେ ଆସିଥିବା କାର ରେ ମୁହୂର୍ତ୍ତକ ମଧ୍ୟରେ ଚମ୍ପଟ ମାରିଥିଲେ। ଅଶୋକ ଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି।ତାଙ୍କ ର ଦୁଇଟି ଜାକ ହାତରେ ଗଭୀର ଆଘାତ ଲାଗିଛି।ଖବରପାଇ ପାଟପୁର ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ଦୋକାନ ମାନଙ୍କରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରି ଫେରିଛନ୍ତି।  କଙ୍କୋରଡ଼ା ସଂଲଗ୍ନ ବିଭିନ୍ନ ରାସ୍ତା ଗୁଡ଼ିକୁ ପୋଲିସ ପକ୍ଷରୁ ବ୍ଲକିଂ କରାଯାଇ ରାସ୍ତାରେ ଯା ଆସ କରୁଥିବା ଗାଡ଼ି ମଟର ଗୁଡ଼ିକୁ ତନଖି କରାଯାଉଥିବା ଜଣାପଡ଼ିଛି।ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଏହି ଘଟଣା ଘଟିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଶନିବାର ବିଳମ୍ବିତ ସନ୍ଧ୍ୟାରେ ଅଶୋକ ବ୍ରହ୍ମପୁର ରେ କାମ ସାରି ବାଇକ ଯୋଗେ ଗାଁ କୁ ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମ ନିକରେ ତାଙ୍କୁ ପିଛା କରି ଅଟକାଇଥିଲେ। ସୌଭାଗ୍ୟ କ୍ରମେ ବିପରୀତ ଦିଗରୁ ଏକ ଯାତ୍ରୀବାହୀ ବସ ଆସି ସେଠାରେ ଅଟକି ଯିବାରୁ ପଳାଇଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ