ରଜ ମହୋତ୍ସବ ୨ୟ ସନ୍ଧ୍ୟା: ଓଡିଶୀ ନୃତ୍ୟରେ ଝୁମିଲେ ଦର୍ଶକ
ବନ୍ତ(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲା ବନ୍ତ ବ୍ଲକ କପାଳୀକ୍ଷେତ୍ର ନିମାପଡା ଠାରେ ଶ୍ରୀ ଜଗନ୍ନାଥ ରଜ ମହୋତ୍ସବ କମିଟି ଆନୁକୂଲ୍ୟରେ ଶନିବାର ଠାରୁ ଆରମ୍ଭ ହୋଇଥିବା ଏକାଦଶତମ ବାର୍ଷିକ ଶ୍ରୀ ଜଗନ୍ନାଥ ଆଞ୍ଚଳିକ ରଜ ମହୋତ୍ସବର ରବିବାର ୨ୟ ସନ୍ଧ୍ୟାରେ ଦର୍ଶକ ମାନେ ଓଡିଶୀ ନୃତ୍ୟରେ ଝୁମିଥିବା ଦେଖିବାକୁ ମିଳିଥିଲା । କମିଟିର ସଭାପତି ଡ.ଶୁଭେନ୍ଦ୍ର କୁମାର ମିଶ୍ରଙ୍କ ସଭାପତିତ୍ୱ ତଥା ଜାତୀୟ ପୁରସ୍କୃତ ଅବସରପ୍ରାପ୍ତ ଶିକ୍ଷକ ଅଜୟ କୁମାର ପୃଷ୍ଟିଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ, ସମ୍ମାନୀତ ଅତିଥି ଭାବେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ଭଦ୍ରକ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା, ପୂର୍ବତନ ଜିଲା ପରିଷଦ ସଦସ୍ୟ ପ୍ରଶାନ୍ତ କୁମାର ଦାଶ, ଭଣ୍ଡାରିପୋଖରୀ ବିଧାୟକ ପ୍ରତିନିଧି ସ୍ମୃତି ରଞ୍ଜନ ସ୍ୱାଇଁ, ହାଟଡ଼ିହି ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ, ବ୍ଲକ ବିଜେଡି ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି, ବ୍ଲକ ଯୁବ ବିଜେଡି ସଭାପତି ସତ୍ୟ ସାଧନ ବେଜ, ଶିକ୍ଷାବିତ୍ ଗୋବିନ୍ଦ ଚନ୍ଦ୍ର ବାରିକ, ଜଗନ୍ନାଥ ପାତ୍ର, କମିଟିର ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ, ଉପଦେଷ୍ଟା ସୂର୍ଯ୍ୟମଣୀ ରାଉଳ, ନକୁଳ ଚରଣ ବାରିକ, ବିଜୟ କୁମାର ବିଶ୍ୱାଳ, ହୃଷିକେଶ ମିଶ୍ର ଯୋଗ ଦେଇ ରଜ ମହୋତ୍ସବ ପୁରାତନ ସଂସ୍କୃତିକୁ ଉଦ୍ଜୀବିତ କରିବା ସହିତ ସମ୍ପର୍କର ରଜ୍ଜୁକୁ ଦୃଢ଼ିଭୂତ କରିଥାଏ ବୋଲି କହିଥିଲେ । ଏହି ଅବସରରେ ହାଟଡିହି ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ, ଫକୀର ମୋହନ ବିଶ୍ୱ ବିଦ୍ୟାଳୟର ସ୍ନାତକୋତ୍ତର ପଦାର୍ଥ ବିଜ୍ଞାନ ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଛାତ୍ର ସୌମ୍ୟାଂଶୁ କରଶର୍ମା, ସୁଶ୍ରୀ ମୈାସୁମୀ ରାଉଳଙ୍କ ସମେତ ଆଦ୍ୟାଶକ୍ତି ଡ୍ୟାନ୍ସିଂ ଗ୍ରୁପର କଳାକାର ମାନଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଅପରାହ୍ନରେ ଶିକ୍ଷାବିତ୍ ଗଣେଶ ପ୍ରସାଦ କରଶର୍ମାଙ୍କ ଅଧ୍ୟକ୍ଷତାରେ କବିତା ଆସର ଅନୁଷ୍ଠିତ ହୋଇଥିଲା । ଏଥିରେ ଶତାଧିକ କବି ମାନେ ଯୋଗ ଦେଇ ସ୍ୱରଚିତ କବିତା ପାଠ କରିଥିଲେ । ଶେଷରେ ସାଂସ୍କୃତିକ ନୃତ୍ୟ ପରିବେଷଣ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଆଶିଷ କୁମାର ସାହୁ, ଶ୍ରୀନିବାସ ବିଶ୍ୱାଳ, ପ୍ରଦୀପ ବିଶ୍ୱାଳ, ଅନାଦି ବିଶ୍ୱାଳ, ଆଲୋକ ରାଉତରାୟ, କୁନା ସାହୁ , ଶରତ ରାଉଳଙ୍କ ସମେତ କମିଟିର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ ।


