ତାଳପଦା ହରିହାଟ ଠାରେ ଜଳଛତ୍ର ଉଦ୍‌ଘାଟିତ

ବନ୍ତ(ଚାନ୍ଦିନୀ ମହାନ୍ତି) : ଗ୍ରୀଷ୍ମ ପ୍ରବାହ ଓ ତୀବ୍ର ଖରାକୁ ଦୃଷ୍ଟିରେ ରଖି ବନ୍ତ ବ୍ଲକ ସେଣ୍ଢତୀରା ପଞ୍ଚାୟତ ତାଳପଦା ହରିହାଟ ଠାରେ ବଜରଙ୍ଗୀ ଯୁବକ ସଂଘ ପକ୍ଷରୁ ଜଳଛତ୍ର ଉଦ୍‌ଘାଟିତ ହୋଇଯାଇଛି । ସାଧାରଣ ଲୋକ, ପଥଚାରୀ ଓ ଯାତ୍ରୀ ମାନଙ୍କୁ ଶୀତଳ ଜଳ ଯୋଗାଇ ଦେବା ଲକ୍ଷ୍ୟରେ ଏହି ସେବା ମୂଳକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସମାଜସେବୀ ସୋମନାଥ ଧଳ, ମହେଶ୍ୱର ଧଳ ଓ ମୁକ୍ତିକାନ୍ତ ମଲ୍ଲିକଙ୍କ ଉଦ୍ୟମରେ ଏହି ଜଳଛତ୍ର ଆରମ୍ଭ କରାଯାଇଛି । ସମାଜସେବା ଓ ମାନବିକତାର ଏହି ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି । ଏହି ସେବା ମୂଳକ କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୋମନାଥ ଧଳ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ