ଚୋରା ମଦ ଜବତ, ୭ ଗିରଫ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ) : କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧୀକ୍ଷକ ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ଓ ନିକିରାଇ ଥାନା ଅଧିନସ୍ଥ ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ଧୂମାତ ଗ୍ରାମର ପ୍ରଫୁଲ୍ଲ ବେହେରା(୫୧)ଙ୍କ ଠାରୁ ୨୫ ଲିଟର ଚୋରା ବିଦେଶୀ ମଦ, ଦହିମାଛ ଗ୍ରାମର ଜିତେନ୍ଦ୍ର ରାଉତ(୩୧)ଙ୍କ ଠାରୁ ୨୯ ଲିଟର ଚୋରା ଦେଶୀ ମଦ, ବେଣୁପାଲ ଗ୍ରାମର ରଞ୍ଜିତ ଦାସ(୩୫)ଙ୍କ ଠାରୁ ୨୬ ଲିଟର ଚୋରା ବିଦେଶୀ ମଦ, ଗର୍ଜଙ୍ଗା ଗ୍ରାମର ଚନ୍ଦନ ମହାନ୍ତି(୩୮)ଙ୍କ ଠାରୁ ୩୬ ଲିଟର ଚୋରା ବିଦେଶୀ ମଦ, ପ୍ରତାପ ଚନ୍ଦ୍ର ପରିଡା (୫୯)ଙ୍କ ଠାରୁ ୨୮ ଲିଟର ଚୋରା ଦେଶୀ ମଦ, ଏଣ୍ଡର ଗ୍ରାମର ଅକ୍ଷୟ କୁମାର ସାହୁ (୬୬)ଙ୍କ ଠାରୁ ୩୬ ଲିଟର ଚୋରା ବିଦେଶୀ ମଦ ଓ କୋର ଗ୍ରାମର ଧନେଶ୍ୱର ବେହେରା(୩୬)ଙ୍କ ଠାରୁ୨୯ ଲିଟର ଚୋରା ଦେଶୀ ମଦ ଜବତ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ସମୁଦାୟ ୨୦୯ ଲିଟର ବିଦେଶୀ, ଓ ଦେଶୀ ରନ୍ଧା ଚୋରାମଦ ଜବତ କରାଯାଇ ୭ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଅବକାରୀ ଉପ ନିରୀକ୍ଷକ ଛାଯାକାନ୍ତ ନାୟକ, ପ୍ରିୟଦର୍ଶି ମାନସରଞ୍ଜନ ମିଶ୍ର, ସୁଶ୍ରୀ ଋତୁପ୍ରଭା ସ୍ୱାଇଁଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ