ରାଜ୍ୟ ବିଜେଡି ସମ୍ପାଦକ ଦୁର୍ଘଟଣାରେ ଗୁରୁତରଙ୍କୁ ପଠାଇଲେ ଡାକ୍ତରଖାନା

ହାଟଡିହି (ଓ୍ବାଇଏନଏସ) : ଆନନ୍ଦପୁର – ଭଦ୍ରକ ରାସ୍ତାର ଚାରିନାଳିଆ ନିକଟରେ ସୋମବାର ରାତିରେ ଘଟିଛି ଅନେକ ଦୁର୍ଘଟଣା। ଏଥିରେ ଅନେକ ଲୋକ ଆହତ ହୋଇଥିଲେ। ପ୍ରଥମ ଦୁର୍ଘଟଣା ଏକ ବୋଲେରୋ ଓ କାର ମଧ୍ୟରେ ହୋଇଥିବା ବେଳେ ଏକାଧିକ ଆହତ ହୋଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସିଚିତ ହେଉଛନ୍ତି। ଏଥିପାଇଁ ଘଣ୍ଟାଏ କାଳ ରାସ୍ତା ଜାମ ହୋଇଥିଲା । ଏହି ସମୟରେ ପୁରୁଣାଘାଟି ଗ୍ରାମର ଜଣେ ଯୁବକ ଦ୍ରୁତ ଗତିରେ ଆସୁଥିବା ବେଳେ ଏକ କାରକୁ ଧକ୍କା ଦେଇ ରାସ୍ତା କଡ଼କୁ ଛିଟିକି ପଡ଼ିଥିଲେ। ସେହି ରାସ୍ତାଦେଇ ଏକ ରଜ ଉତ୍ସବ କାର୍ଯ୍ୟକ୍ରମରୁ ଫେରୁଥିବା  ବିଜେଡି ସମ୍ପାଦକ ରତିକାନ୍ତ ରାଉତ ତୁରନ୍ତ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ। ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ରେ ତାଙ୍କ ଚିକିତ୍ସା ଜାରି ରହିଛି। ରାଜ୍ୟ ବିଜେଡି ସମ୍ପାଦକ ରତିକାନ୍ତ ରାଉତଙ୍କ ଏପରି ସାହାଯ୍ୟ ସହଯୋଗକୁ ସାଧାରଣରେ ପ୍ରଶଂସା କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ