ଶିବନାରାୟଣପୁର ରଜଦୋଳି ଉଦଘାଟିତ

ହାଟଡିହି  (ଓ୍ବାଇଏନଏସ): ହାଟଡିହି ବ୍ଲକ ବଞ୍ଚୋ ପଞ୍ଚାୟତ ଶିବନାରାୟଣପୁର ଗ୍ରାମର ତଳ ସାହିରେ ରଜଦୋଳି ଉଦଘାଟିତ ହୋଇଯାଇଛି। ଏଠାରେ ଚାରିଦିନ ଧରି ରଜ ଉତ୍ସବ ଅନୁଷ୍ଠିତ ହେଉଥିବା ବେଳେ ରଜ ପାଳନ ପାଇଁ  ଅନେକ ଦୋଳି ମଧ୍ୟ ଲାଗିଛି। ସୋମବାର ଦିନ ରାଜ୍ୟ ବିଜେଡି ସମ୍ପାଦକ ତଥା ହାଟଡିହି ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ରଜ ଉତ୍ସବ ର ମହାନ ପରମ୍ପରା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରିୟବ୍ରତ ନାୟକ, ମୁକେଶ ରାଉତ, ଲୋକନାଥ ଧଳ, ଚିନ୍ମୟ ପାଢ଼ୀ, ସୁରେଶ ବରାଳ, ସନ୍ତୋଷ ପଣ୍ଡା, ମିହିର ବରାଳ ପ୍ରମୁଖ ଯୋଗଦେଇ ଥିବାବେଳେ ନରେନ୍ଦ୍ର ଘଡେଇ, ବଳରାମ ଘଡେଇ, ଜଗନ ଦାସ, ସୁଶା ମହାନ୍ତି, କହ୍ନେଇ ବେହେରା, ଚିଣ୍ଟୁଆ ଘଡେଇ, ବବୁଲ ଘଡେଇ, ପିଣ୍ଟୁ ଘଡେଇ, ଶିବନାରାୟଣ ମହାନ୍ତି, ଗୋବିନ୍ଦ ରାଉତ, ରୌମ୍ୟ ରଞ୍ଜନ ପରିଡା, କଇନ ପରିଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଠାରେ ତିନିଦିନ ଧରି ରଜ ଉତ୍ସବ ମହା ସମାରୋହରେ ପାଳିତ ହୋଇଥାଏ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ