ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଜାତୀୟ ସ୍ତରରେ କୃତିତ୍ୱ ହାସଲ କଲେ ଓଡ଼ିଆ ଯୁବକ ଶିବ

ଛତ୍ରପୁର : ଜାତୀୟ ସ୍ତରରେ ଆୟୋଜିତ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଚମକିଲେ ଓଡ଼ିଆ ଯୁବକ। ଗଞ୍ଜାମ ଜିଲ ଛତ୍ରପୁର ଉପକଣ୍ଠ ଆଲିଆବାଦ ଗ୍ରାମର ଶିବ କୁମାର ନାୟକ ବେଙ୍ଗଲୋର ରେ ଆୟୋଜିତ ଦୁଇଟି ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି କୃତିତ୍ୱ ହାସଲ କରିଛନ୍ତି l ବେଙ୍ଗଲୋର ର କେପିଟି ମଲ ରେ ଜିଜୁ ପକ୍ଷରୁ ଆୟୋଜିତ ଜାତୀୟ ସ୍ତରର ଏକଷ୍ଟ୍ରିମପ୍ରୋ ଇଣ୍ଡିଆ ୨୦୨୬ ରେ ଶ୍ରେଷ୍ଠ ୫ ଜଣଙ୍କ ଭିତରେ ସ୍ଥାନିତ ହୋଇଛନ୍ତି। ସେହିପରି ମିଷ୍ଟର ଇଣ୍ଡିଆ ୮୦ କେଜିରୁ ଅଧିକ ବର୍ଗର କାର୍ଯ୍ୟକ୍ରମ ରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।୩୦ ବର୍ଷର ଏହି ଓଡ଼ିଆ ଯୁବକ ଶିବ ଗତ ୨୦୧୦ ମସିହାରୁ ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଚେଷ୍ଟା ଜାରି ରଖିଥିବା ବେଳେ ପୂର୍ବରୁ ସାଉଥ ଇଣ୍ଡିଆ, ମିଷ୍ଟର କର୍ଣ୍ଣାଟକ, ମିଷ୍ଟର ତେଲେଙ୍ଗାନା ଓ ମିଷ୍ଟର ଆନ୍ଧ୍ରା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି କୃତିତ୍ୱ ହାସଲ କରିଛନ୍ତି। ଶୁକ୍ରବାର ଶିବ ଛତ୍ରପୁର ରେ ପହଂଚିବା ପରେ ତାଙ୍କୁ ତାଙ୍କ ଗ୍ରାମବାସୀଙ୍କ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଗ୍ରାମବାସୀ ମାନେ ଏକ ଶୋଭାଯାତ୍ରା ମାଧ୍ୟମରେ ତାଙ୍କୁ ସ୍ୱାଗତ କରି ପାଛୋଟି ନେଇଥିଲେ। ଫୁଲ, ଉପଢୌକନ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ