ପିସିସି ସଭାପତି ଭକ୍ତଚରଣ ଦାସଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଆସିକା (ଏନ୍‍ଏନ୍‍ଏସ୍‍) : ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତଚରଣ ଦାସ ଶୁକ୍ରବାର ଦିିନିକିଆ ଆସିକା ଗସ୍ତରେ ଆସିଥିବା ବେଳେ ଦଳୀୟ ନେତା ଓ କର୍ମୀମାନେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିବା ଦେଖିବାକୁ ମିଳିଥିଲା । ଲୋକସଭାରେ ବିରୋଧୀ ଦଳ ନେତା ରାହୁଳ ଗାନ୍ଧୀଙ୍କ ଜନ୍ମଦିନ ପାଳନ ଅବସରରେ ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀର ବରିଷ୍ଠ କଂଗ୍ରେସ ନେତା ତଥା ଯୁବ ଆଇନଜୀବୀ ଦେବକାନ୍ତ ଶର୍ମାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବାଲିସିରା ଗ୍ରାମର ଶ୍ରୀ ଶ୍ରୀ ସିଦ୍ଧେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଶୁକ୍ରବାର ଏକ ମେଗା ସ୍ୱେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦେବା ପାଇଁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତଚରଣ ଦାସ, ସମ୍ମାନିତ ଅତିଥି ରୂପେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ, ପୂର୍ବତନ ବିଧାୟକ ତ୍ରିନାଥ ବେହେରା, ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି (ପଶ୍ଚିମ)ର ସଭାପତି ଦଣ୍ଡପାଣି ପାତ୍ର, ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି (ପଶ୍ଚିମ)ର ପର୍ଯ୍ୟବେକ୍ଷକ ବିଜୟ କୁମାର ପ୍ରଧାନ, ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି (ପୂର୍ବ)ର ସଭାପତି ରଶ୍ମିରଂଜନ ପଟ୍ଟନାୟକଙ୍କ ସମେତ ବହୁ ଦଳୀୟ ନେତା ସଡକ ପଥରେ ଆସି ଆସିକା-କଲେଜଛକ ମୁଖ୍ୟରାସ୍ତାର କଇଁଫୁଲିଆ ଛକ ଠାରୁ କିଛି ମିଟର ଦୂରରେ ପହଞ୍ଚିବା ପରେ ବରିଷ୍ଠ କଂଗ୍ରେସ ନେତା ଦେବକାନ୍ତ ଶର୍ମାଙ୍କ ନେତୃତ୍ୱରେ ଶତାଧୀକ କଂଗ୍ରେସ ପ୍ରେମୀ ଓ ଦଳୀୟ ନେତା ପୁଷ୍ପମାଲ୍ୟ ଅର୍ପଣ କରି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ ପୂର୍ବକ ଏକ ବାଇକ୍‍ ର‌୍ୟାଲିରେ ଆସିକା ସହରକୁ ପାଛୋଟି ଆଣିଥିଲେ । ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତଚରଣ ଦାସଙ୍କ ସମେତ ଦଳର ଅନ୍ୟ ବରିଷ୍ଠ ନେତାମାନଙ୍କ ଆସିକା ଗସ୍ତକୁ ନେଇ ଦଳୀୟ ନେତାଙ୍କ ମହଲରେ ବେଶ୍‍ ଉତ୍ସାହ ପ୍ରକାଶ ପାଇବା ସାଙ୍ଗକୁ ନୁଆଁ ଉଦ୍ଦୀପନା ଦେଖିବାକୁ ମିଳିଥିଲା । ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତଚରଣ ଦାସ ଓ ପୂର୍ବତନ ମନ୍ତ୍ରୀ ସୁର ରାଉତରାୟ ଏବଂ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି (ପଶ୍ଚିମ)ର ସଭାପତି ଦଣ୍ଡପାଣି ପାତ୍ରଙ୍କ ସମେତ ଦଳୀୟ ନେତାମାନେ ଖମ୍ବେଶ୍ୱରୀପାଟଣା ସ୍ଥିତ କାର୍ଯ୍ୟାଳୟରେ ପହଞ୍ଚିବା ପରେ ସେଠାରେ ବରିଷ୍ଠ ଆଇନଜୀବୀ ରବିନ୍ଦ୍ରନାଥ ଶର୍ମା ପୁଷ୍ପମାଲ୍ୟ ଅର୍ପଣ କରି କଂଗ୍ରେସ କାର୍ଯ୍ୟାଳୟ ଭିତରକୁ ପାଛୋଟି ନେଇଥିବା ଦେଖିବାକୁ ମିଳିଥିଲା । ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତଚରଣ ଦାସ ଗତ ୨୦୨୫ ମସିହା ଫେବୃୟାରୀ ମାସ ୧୧ ତାରିଖରେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ଲାଗି ଦିନିକିଆ ଆସିକା ଗସ୍ତରେ ଆସିଥିବାରୁ ଦଳର ନେତା ଓ କର୍ମୀମାନଙ୍କ ମହଲରେ ବେଶ୍‍ ଖୁସିର ଲହରୀ ଖେଳିଯାଇଥିବା ପରିଲକ୍ଷିତ ହୋଇଥିଲା । ପିସିସି ସଭାପତି ଭକ୍ତଚରଣ ଦାସଙ୍କ ସମେତ ସମସ୍ତ ଦଳୀୟ ନେତାଙ୍କୁ ଏହି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀର ବରିଷ୍ଠ କଂଗ୍ରେସନେତା ତଥା ଯୁବ ଆଇନଜୀବୀ ଦେବକାନ୍ତ ଶର୍ମା, ପ୍ରଦେଶ ମହିଳା କଂଗ୍ରେସ କମିଟିର ସଂପାଦିକା ସୁଦୀପ୍ତା ଦାଶ, ଯୁବ କଂଗ୍ରେସ ନେତା ପ୍ରିୟାଂଶୁ ଶେଖର ପରିଡା, ଅଜିତ୍‍ କୁମାର ମୁନି, ଦୀପକ କୁମାର ଭୂୟାଁ, ବୃନ୍ଦାବନ ଖଟେଇ, ହରେକୃଷ୍ଣ ରଥ, ଭବାନୀ ଶଙ୍କର ଦାଶ, ଜ୍ୟୋତିରଂଜନ ପୋଲାଇ, ବିକାଶ କୁମାର ମହାନ୍ତିଙ୍କ ସମେତ ଶତାଧିକ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ