ଯୋଗ ଦିବସ ପାଳନ
ଧାମନଗର (ଓ୍ବାଇଏନଏସ): ଧାମନଗର ବ୍ଲକ ଏବଂ ଏନ ଏ ସି ଅଞ୍ଚଳରେ ବିଭିନ୍ନ ସଂଗଠନ,ଅନୁଷ୍ଠାନ,ସ୍ୱାସ୍ଥ୍ୟ ଓ ଶିକ୍ଷା କେନ୍ଦ୍ର,ଅଫିସ ଦପ୍ତର ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଧାମନଗର ବରିଷ୍ଠ ନାଗରିକ ପରିଷଦ ଆନୁକୂଲ୍ୟରେ ସଭାଗୃହ ପରିସରରେ ଆନ୍ତଜାତୀୟ ବିଶ୍ୱ ଯୋଗ ଦିବସ ପାଳନ କରାଯାଇଛି।ଭାରତୀୟ ମୁନି ଋଷି ମାନେ ବେଦରୁ ଯୋଗର ଉପକାରିତାକୁ ମାନବ ସମାଜକୁ ପ୍ରଦାନ କରିଅଛନ୍ତି।ଶରୀର ଓ ମନର ସନ୍ତୁଳନ ଓ ବ୍ୟକ୍ତିତ୍ୱର ବିକାଶ ହିଁ ସମ୍ଭବ ହୋଇଥାଏ ଯୋଗ ଦ୍ୱାରା। ରୋଗୀ ହେବା ଠାରୁ ରୋଗ ନ ହେବା ଶିକ୍ଷା ଦେଇଥାଏ ଯୋଗ। ଯୋଗଗୁରୁ ହେମନ୍ତ ଖିଲାରଙ୍କ ପ୍ରଶିକ୍ଷଣରେ ସଭାପତି ଅନିଲ ବାରିକ,ଉପସଭାପତି ସୁରଥ ସେଠୀ,ସାଧାରଣ ସମ୍ପାଦକ ସଚ୍ଚିକାନ୍ତ ପଣ୍ଡା,କୋଷାଧକ୍ଷ ଇଂ ନୃସିଂହ ଚରଣ ନାୟକଙ୍କ ତତ୍ୱାବଧାନରେ ଯୋଗ ବିଜ୍ଞାନ ସର୍ବଶ୍ରେଷ୍ଠ। ଏହାର ମୂଲ୍ୟାୟନ କରି ପ୍ରତି ପଞ୍ଚାୟତରେ ଯୋଗ ଶିକ୍ଷା କେନ୍ଦ୍ର ଖୋଲା ଗଲେ ସମାଜରେ ସ୍ୱାସ୍ଥ୍ୟଗତ ସମସ୍ୟା ଦୂର ହୋଇପାରିବ ବୋଲି ମତପ୍ରକାଶ କରିଥିଲେ।ମଣ୍ଡଳ ସଭାପତି ହୃଦାନନ୍ଦକର, ନରେନ୍ଦ୍ର ମଲ୍ଲିକ,ମହେଶ୍ୱର ସ୍ବାଇଁ, ନିରାକାରଧଳ,ପ୍ରଫୁଲ୍ଲ ବେହେରା,ଲମ୍ବୋଦର ମହାନ୍ତି,ବ୍ରହ୍ମାନନ୍ଦ ପୃଷ୍ଟି, ରମଣୀ ରଞ୍ଜନ ଦାଶ,ଭିକାରୀ ଚରଣ ବେହେରା ପ୍ରମୁଖ ଯୋଗ ଦେଇଥିବା ବେଳେ ପ୍ରାକ୍ତନ ଶିକ୍ଷକ ପ୍ରଭଞ୍ଜନ ରାଉଳ ଧନ୍ୟବାଦ ଅର୍ପଣ କରିଥିଲେ। ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଅଧ୍ୟକ୍ଷା ତନବିର ଆବିଦ,ବିଜୟ କୁମାର ଜେନା,ଅର୍ଜୁନ ସାମଲ,ଏସ୍ କେ ସାଦାମ କାଦରି,ବାସୁଦେବ ପାଢ଼ୀ,ଆବବାସ ସାମଲ,ସିପୁ ସାହୁ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଯୋଗ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ପରେ “ଏକ ପେଡ଼ି ମା’ କେ ନାମ”ଗଛ ଲଗାଇବା,ମିଳିମିଶି ଆମ ପରିବେଶର ଯନୂ ନେବା ଭବିଷ୍ୟତ ପିଢି ପାଇଁ ଏକ ସୁନ୍ଦର ପୃଥିବୀ ଗଢ଼ି ତୋଳିବା ଉଦ୍ଦେଶ୍ୟ ରେ ବିଦ୍ୟାଳୟ ପରିସରରେ ଚାରା ରୋପଣ କରାଯାଇଥିଲା।ଧୁଷୁରୀ ଏନ ଏ ସି କାର୍ଯ୍ୟାଳୟ ପରିସରରେ ବିଡ଼ିଓ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ବନବିହାରୀ ଦିନ୍ଦାଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ବ୍ଲକ ପ୍ରତିନିଧି ଅଶୋକ ପୁହାଣ,ଚତୁରଭୁଜ ନାୟକ ଓ ଅନ୍ୟ ନେତୃ ମଣ୍ଡଳୀ ଯୋଗ ଦେଇ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିଛନ୍ତି ।ଧାମନଗର, ଭଗବାନପୁର, ଚୁଡାକୁଟି, ବୟାଙ୍ଗଡିହ, ଧୁଷୁରୀ,ଦୋବଲ,ରାଧାବଲ୍ଲଭପୁର,କଲ୍ୟା


