ବିଶିଷ୍ଟ ସମାଜସେବୀ ନିରଞ୍ଜନ ପଣ୍ଡାଙ୍କ ସ୍ମୃତି ଚାରଣସଭା

ଧାମନଗର(ଓ୍ବାଇଏନଏସ):  ଧାମନଗର ବ୍ଲକ ଅନ୍ତର୍ଗତ ରାଧାବଲ୍ଲଭପୁର ସମସ୍ତଙ୍କର ଜଣାଶୁଣା ବିଶିଷ୍ଟ ସମାଜସେବୀ ନିରଞ୍ଜନ ପଣ୍ଡାଙ୍କ ବାସଭବନରେ ଦ୍ବାଦଶାହ ଉପଲକ୍ଷେ ସ୍ମୃତି ଚାରଣସଭା ଅନୁଷ୍ଠିତ ହୋଇଯାଇଛି।ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ ପ୍ରାପ୍ତ ଗୁରୁ ସୁବାସ ଚନ୍ଦ୍ର ମଲ୍ଲିକଙ୍କ ସଭାପତିତ୍ବରେ ତଥା ସେବା ନିବୃତ୍ତ କୃଷିଅଧିକାରୀ ସନ୍ତୋଷ କୁମାର ପାଢୀଙ୍କ ମଞ୍ଚ ସଂଚାଳନରେ ଆୟୋଜିତ ସ୍ମୃତି ସଭାରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଟୁନିବାଳା ବିଶ୍ବାଳ,ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ୍ୟ ଅଶୋକ କୁମାର ନାୟକ,ବିଜେଡି ନେତା ସମାଜସେବୀ ସଞ୍ଜୟ କୁମାର ଦାସ,ପୂଜ୍ୟପୂଜା ସଂସଦ ସମ୍ପାଦକ ଅଜୟ ସାମଲ,ଉପସଭାପତି କବି ଦାମୋଦର ସାହୁ,କାନ୍ତ ସାହିତ୍ୟ ପରିଷଦର ସମ୍ପାଦକ ମନୋଜ ସିଂ,ଜାଗୁଳାଇ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ସେଠୀ,   ସ୍ଥାନୀୟ ପଞ୍ଚାୟତର ସରପଞ୍ଚ ପ୍ରୀତମ ଦାସ,ସମିତି ସଭ୍ଯ ସୂର୍ଯ୍ୟକାନ୍ତ ନାୟକ,ସହକାରୀ ଶିକ୍ଷକ ରବିନ୍ଦ୍ର ସେଠୀ,ଅରୁଣ କୁମାର ରାଉତ,କଳାକାର ସୁନୀଲ ଭୋଇ,ମନୋଜ ଭୂୟାଁ,ହୃଷୀକେଶ ପଣ୍ଡା।ସମାଜସେବୀ ନରେନ୍ଦ୍ର ମଲ୍ଲିକ,ପ୍ରତାପ ଦାସ ଓ ପରିବାର ତରଫରୁ ସ୍ଵର୍ଗତ ପଣ୍ଡାଙ୍କ ଜ୍ୟେଷ୍ଠପୁତ୍ର ନଟବର ପଣ୍ଡା,ଜାମାତା ନିରଞ୍ଜନ ରାଉତ,ନାତି ବାଦଲରଞ୍ଜନ ରାଉତ ସ୍ମୃତି ଚରଣ କରି ସ୍ଵର୍ଗତ ପଣ୍ଡାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ