‘ବିକାଶର ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମରେ ମୋବାଇଲ ବଣ୍ଟନ

ହାଟଡିହି, (ଓ୍ବାଇଏନଏସ): ହାଟଡିହି ବ୍ଲକ କାର୍ଯ୍ୟାଳୟ ପରିସରରେ ବିଜେପି ସରକାରର  ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ‘ବିକାଶର ଧାରା ଓଡିଶା ସାରା’ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଅଙ୍ଗନବାଡି କର୍ମୀ ମାନଙ୍କୁ ମୋବାଇଲ ବଣ୍ଟନ କରାଯାଇଛି। ବିଡ଼ିଓ ରଞ୍ଜନ କୁମାର ପରିଡାଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏ.ବି.ଡି.ଓ ରଶ୍ମିରେଖା ନାଇକ, ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ମହିଳା ଓ ଶିଶୁ ବିକାଶ ଅଧିକାରିଣୀ ଉମାମଣୀ ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ରହି ଅଙ୍ଗନବାଡି କର୍ମୀ ମାନଙ୍କୁ ମୋବାଇଲ ସେଟ ବଣ୍ଟନ କରିଥିଲେ। ସେହିପରି କିଛି ମାଛ ଚାଷୀଙ୍କୁ ଜାଲ ବଣ୍ଟନ କରାଯାଇଥିବା ବେଳେ ଆବାସ ଯୋଜନା ରେ ଘର ବଣ୍ଟନର କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା। ସରକାର କାର୍ଯ୍ୟକାରୀ କରୁଥିବା ଯୋଜନାର କିପରି ସଫଳ ରୂପାୟନ ହେବ ତାହା ଉପରେ ଅଧିକାରୀ ମାନେ ଗୁରୁତ୍ୱାରୋପ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ