ବ୍ଲକ ଶିକ୍ଷା ଅଧିକାରୀଣୀ ଭାବେ ଦାୟିତ୍ଵ ଗ୍ରହଣ କଲେ ସୁଚିତ୍ରା ପାଣିଗ୍ରାହୀ
ଛତ୍ରପୁର, (ଓ୍ବାଇଏନଏସ) : ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକର ନୂତନ ଶିକ୍ଷା ଅଧିକାରୀଣୀ (ବି.ଇ.ଓ.) ଭାବେ ସୁଚିତ୍ରା କୁମାରୀ ପାଣିଗ୍ରାହୀ ଦାୟିତ୍ଵ ଗ୍ରହଣ କରିଛନ୍ତି। ସେ ୨୦୨୧ ବ୍ୟାଚର ବିଦ୍ୟାଳୟ ବିଭାଗରେ ଓଡ଼ିଶା ଶିକ୍ଷା ସେବା ଅଧିକାରୀଣୀ ଭାବେ ଯୋଗ ଦେଇଥିଲେ। ଏହା ପୂର୍ବରୁ ସୁଜିତ କୁମାର ପାଢ଼ୀ ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ। ତାଙ୍କର ବଦଳି ହୋଇଯାଇଛି l ସୁଚିତ୍ରା ପାଣିଗ୍ରାହୀ ବର୍ତ୍ତମାନ ବି.ଇ.ଓ. ଭାବେ ଅତିରିକ୍ତ ଦାୟିତ୍ଵ ଗ୍ରହଣ କରିଛନ୍ତି l ସେ ଛତ୍ରପୁର ସ୍ଥିତ ସର୍ବପୁରାତନ ପିଏମ ଶ୍ରୀ ଅନସ୍ଲୋ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି । ଛତ୍ରପୁର ବ୍ଲକରେ ଥିବା ସମସ୍ତ ବିଦ୍ୟାଳୟର ବିକାଶ ଏବଂ ପରିଚାଳନା କିପରି ସୂଚାରୁ ରୂପେ ସମ୍ପାଦନ ହୋଇପାରିବ ତାହା ଉପରେ ସେ ଗୁରୁତ୍ଵାରୋପ କରିବା ସହ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।


