ପୂର୍ବତନ ରାଜସ୍ବ ନିରୀକ୍ଷକଙ୍କ ପରଲୋକ

ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ରାଜସ୍ବ ବିଭାଗର  ଜଣେ କର୍ତ୍ତବ୍ୟନିଷ୍ଠ କର୍ମଚାରୀ ଭାବେ ଦୀର୍ଘ ବର୍ଷ ଧରି କାର୍ଯ୍ୟକରି ଅବସର ନେଇଥିବା ଶାସଙ୍ଗ ପଞ୍ଚାୟତ ଗଳି ଗୋପାଳପୁର ଗ୍ରାମର ପୂର୍ବତନ ରାଜସ୍ବ ନିରୀକ୍ଷକ ସନାତନ ଲେଙ୍କାଙ୍କ ୮୦ ବର୍ଷ ବୟସରେ ପରଲୋକ ଘଟିଛି। ସେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ତହସିଲରେ ଜଣେ ସଚୋଟ କର୍ମଚାରୀ ଭାବେ ପରିଚିତ ଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ଭାଇ ଘନଶ୍ୟାମ ଲେଙ୍କା, ବିଧବା ପତ୍ନୀ ବସନ୍ତ ମଞ୍ଜରୀ, ସାନ ବୋହୁ କୌଶଲ୍ୟା, ପୁଷ୍ପରାଣୀ, ପୁଅ ସରୋଜ, ସଂଗ୍ରାମ, ସଂଜୀବ, ସୁଧାଂଶୁ ପ୍ରଶାନ୍ତ , ଭଗବାନ, ଝିଅ ସଂଯୁକ୍ତା, ସନ୍ଧ୍ୟାରାଣୀ,ସୁଜାତା, ଜ୍ୱାଇଁ ବିଜନ, ସୁରେନ୍ଦ୍ର, ଶିବୁ ପ୍ରମୁଖ ଉପସ୍ଥିତ ଥିଲେ। ତାଙ୍କ ପରଲୋକ ଖବର ପାଇ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଶିଳ୍ପପତି ଅଲେଖ ମଲ୍ଲିକ, ଜିଲ୍ଲା ପରିଷଦ ବିମ୍ବାଧର ବିଶ୍ୱାଳ, ବନ୍ତ ବ୍ଲକ ବିଧାୟକ ପ୍ରତିନିଧି ଲାଲା ସ୍ୱାଇଁ,ଶାସଙ୍ଗ ସରପଞ୍ଚ ମଧୁମିତା ସ୍ୱାଇଁ, ଦେବେନ୍ଦ୍ର ଜେନା, ମାର୍କଣ୍ଡ ଚରଣ ଓଝା, ଦେବେନ୍ଦ୍ର ସା, ବିଜୟ କୁମାର ସା, ଉଦୟ ନାଥ ସା, ଅନାଦି ଜେନା, କଳାକାର ଜେନା,  ଚୈତନ ଚରଣ ସା, ଶିକ୍ଷାବିତ ସୁଧାଂଶୁ ରାଉତ,  ସୁଧାଂଶୁ ବିଶ୍ୱାଳଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ପରେ ତାଙ୍କ ମରଶରୀର କୁ ଗ୍ରାମ ପରିକ୍ରମା କରାଇବା ପରେ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା। ଛେନାପଦି ଓ ଗଳିଗୋପାଳପୁର ଗ୍ରାମର ଶତାଧିକ ଗ୍ରାମବାସୀ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ