ପୋଲିସ ଦ୍ୱାରା 300 କେଜି ଗଞ୍ଜେଇ ଜବତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରୁ ଚୋରା ଗଞ୍ଜେଇ କାରବାରକୁ ସମ୍ପୂର୍ଣ ରୂପେ ବନ୍ଦ କରିବା ପାଇଁ ଜିଲ୍ଲା ପୋଲିସ ତରଫରୁ ବ୍ୟାପକ ଉଦ୍ୟମ ଜାରି ରହିଛି. ଏହି ପରିପ୍ରେକ୍ଷୀରେ ଜିଲ୍ଲାର ଆର୍ ଉଦୟଗିରି ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ରାକେଶ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଅଡବା ପୋଲିସ ଗୋବେଲ ଗ୍ରାମର ଜଙ୍ଗଲ ଅଞ୍ଚଳରେ ଏକ ନିଶା ନିବାରଣ ଚଢ଼ଉ କରି ନିଶା ଦ୍ରବ୍ୟ ବିରୋଧରେ ଚାଲିଥିବା ଅଭିଯାନରେ ଏକ ଗୁରୁତ୍ବପୂର୍ଣ ସଫଳତା ହାସଲ କରିଛନ୍ତି । ଏଥିରେ ପୋଲିସ କର୍ମଚାରୀମାନେ ଜଙ୍ଗଲ ଅଞ୍ଚଳରେ ଲୁଚାଇ ରଖାଯାଇଥିବା ପ୍ରାୟ ୩୦୦ କିଲୋଗ୍ରାମ ଚୋରା ଗଞ୍ଜେଇ ଜବତ କରିଛନ୍ତି I ଏହି ଘଟଣା ନେଇ ଅଡବା ପୋଲିସ ଥାନାରେ ଏକ ମକଦ୍ଦ୍ୱମା ରୁଜୁ କରାଯିବା ସହ ଏଥିରେ ସମ୍ପୃକ୍ତ ଥିବା ଚୋରା ବ୍ୟବସାୟୀମାନଙ୍କୁ ଚି଼ହ୍ନଟ କରି ଗିରଫ କରିବା ପାଇଁ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି।


