ଛାତ୍ର ରାଜନୀତିରୁ କେନ୍ଦ୍ର ମନ୍ତ୍ରୀ ବିକଶିତ ଓଡ଼ିଶାର ନାୟକ ଧର୍ମେନ୍ଦ୍ର ପ୍ରଧାନ

ଉତ୍କଳ ମାଟିର ଜଣେ ସଂଘର୍ଷୀ ଯୁବକ ଛାତ୍ରାଜନୀତିରୁ ଯାତ୍ରା ଆରମ୍ଭ କରି ଆଜି ଦେଶର ବିକାଶ ଧାରାରେ ଓଡ଼ିଶାର ସ୍ୱର ପାଲଟିଛନ୍ତି। ସେ ହେଉଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସମସ୍ତେ ଶ୍ରଦ୍ଧାରେ ମୁକୁ ଭାଇ ବୋଲି ଡାକନ୍ତି l
ଓଡ଼ିଶାର ଅନୁଗୋଳ ଜିଲ୍ଲାର ତାଳଚେରେ ଜନ୍ମିତ ଧର୍ମେନ୍ଦ୍ର ପ୍ରଧାନଙ୍କ ରକ୍ତରେ ରାଜନୀତି ଥିଲା। ତାଙ୍କ ବାପା ସ୍ୱର୍ଗତ ଦେବେନ୍ଦ୍ର ପ୍ରଧାନ ବାଜପେୟୀ ସରକାରେ କେନ୍ଦ୍ର ମନ୍ତ୍ରୀ ଓଡ଼ିଶା ବିଜେପିର ପୁରୁଖା ନେତା ଥିଲେ। ମାଆ ବାସନ୍ତୀ ପ୍ରଧାନ ଜଣେ ଗୃହିଣୀ। ଛାତ୍ରଜୀବନରୁ ଧର୍ମେନ୍ଦ୍ର ପ୍ରଧାନ ଏବିଭିପିରେ ଯୋଗ ଦେଲେ। ଉତ୍କଳ ବିଶ୍ୱବିଦ୍ୟାଳୟରୁ ନୃତ୍ତ୍ୱ ବିଷୟରେ ପଢ଼ୁଥିବା ବେଳେ ସେ ଛାତ୍ର ଆନ୍ଦୋଳନର ମୁଖ୍ୟ ଚେହେରା ହେଲେ। 1983 ମସିହାରେ ତାଳଚେର କଲେଜ ଛାତ୍ର ସଂସଦ ସଭାପତି ହେବା ପରେ ତାଙ୍କୁ ଆଉ ପଛକୁ ଚାହିଁବାକୁ ପଡ଼ିନଥିଲା।
ବିଜେପିରେ ସେ ତଳୁ ଉପରକୁ ଉଠିଛନ୍ତି। ଓଡ଼ିଶାରେ ଯୁବ ମୋର୍ଚ୍ଚା ସଭାପତି, ରାଜ୍ୟ ସାଧାରଣ ସମ୍ପାଦକ ଦାୟିତ୍ୱ ତୁଲାଇ 2000 ମସିହାରେ ପାଲହଡ଼ାରୁ ବିଧାୟକ ଓ 2004 ମସିହାରେ ଦେବଗଡ଼ରୁ ସାଂସଦ ହେଲେ। ଦଳ ତାଙ୍କ ସାଂଗଠନିକ ଦକ୍ଷତା ଦେଖି ତାଙ୍କୁ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କଲା। ବିହାର, କର୍ଣ୍ଣାଟକ, ମଧ୍ୟପ୍ରଦେଶର ପ୍ରଭାରୀ ଭାବେ ସେ ନିର୍ବାଚନ ଜିତାଇଲେ। 2014 ମସିହାରେ ମୋଦୀ ସରକାରେ ପେଟ୍ରୋଲିୟମ ମନ୍ତ୍ରୀ ହେଲେ ଓ ଏବେ ଶିକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। 2024 ମସିହାରେ ସେ ସମ୍ବଲପୁରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି।
2014 ରୁ 2021 ପର୍ଯ୍ୟନ୍ତ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାକୁ ଦେଶର ଶକ୍ତି ମାନଚିତ୍ରେ ଆଗକୁ ଆଣିଲେ। ସେ ₹35,000 କୋଟିର ପାରାଦୀପ ତୈଳ ବିଶୋଧନାଗାରକୁ କାର୍ଯ୍ୟକ୍ଷମ କଲେ ଯାହା ପୂର୍ବ ଭାରତର ସବୁଠାରୁ ବଡ଼ ରିଫାଇନାରୀ। ଭଦ୍ରକ ଜିଲ୍ଲାର ଧାମରାରେ ₹6,000 କୋଟିର ଏଲଏନଜି ଟର୍ମିନାଲ ତାଙ୍କ ଉଦ୍ୟମରେ ଆସିଲା। ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ଦେଶର 10 କୋଟି ଗରିବ ମାଆଙ୍କୁ ମାଗଣା ଏଲପିଜି ସଂଯୋଗ ଦେଇ ଚୁଲି ଧୂଆଁରୁ ମୁକ୍ତି ଦେଲେ। କେବଳ ଓଡ଼ିଶାରେ 50 ଲକ୍ଷରୁ ଅଧିକ ପରିବାର ଉପକୃତ ହେଲେ। ଭୁବନେଶ୍ୱର, କଟକ, ରାଉରକେଲା ସମେତ 17ଟି ଜିଲ୍ଲାରେ ପାଇପ୍ ଯୋଗେ ରୋଷେଇ ଗ୍ୟାସ୍ ପହଞ୍ଚିଲା। ଚଣ୍ଡିଖୋଲରେ ଦେଶର ତୃତୀୟ ଭୂତଳ ତୈଳ ଭଣ୍ଡାର ପ୍ରତିଷ୍ଠା ହେଲା। ସେ ଓଡ଼ିଶାକୁ କେବଳ ଉପଭୋକ୍ତା ରାଜ୍ୟରୁ ଶକ୍ତି ଉତ୍ପାଦନକାରୀ ରାଜ୍ୟରେ ପରିଣତ କଲେ। ଗରିବ ଘର ରୋଷେଇ ଶାଳ ବଦଳାଇ ଦେଇଥିବାରୁ ଲୋକେ ତାଙ୍କୁ ସ୍ନେହରେ ‘ଉଜ୍ଜ୍ୱଳା ମ୍ୟାନ୍’ ଡାକନ୍ତି।
2021 ରୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ଯୁବଶକ୍ତି ଉପରେ ବିନିଯୋଗ କରୁଛନ୍ତି। ନୂଆ ଶିକ୍ଷା ନୀତି 2020କୁ ଜମିରେ ଓହ୍ଲାଇବାରେ ସେ ମୁଖ୍ୟ ଭୂମିକା ନେଇଛନ୍ତି। ଆଇଆଇଏମ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ନିର୍ମାଣ ଓ କାର୍ଯ୍ୟକ୍ଷମ ହେଲା। କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ ଅଧିକ ଅନୁଦାନ ମିଳିଲା। ପ୍ରତି ଜିଲ୍ଲାରେ ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ର ଓ ଭୁବନେଶ୍ୱରେ ସ୍କିଲ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ସେଣ୍ଟର ତାଙ୍କ ଉଦ୍ୟମର ଉଦାହରଣ। ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ଓ ମେଡିକାଲ ପାଠ୍ୟପୁସ୍ତକ ଅନୁବାଦ କରି ସେ ମାତୃଭାଷାରେ ପାଠପଢ଼ା ଉପରେ ଜୋର ଦେଉଛନ୍ତି। ଓଡ଼ିଶାର 400ରୁ ଅଧିକ ସ୍କୁଲକୁ ପିଏମ ଶ୍ରୀ ସ୍କୁଲ ଭାବେ ଉନ୍ନୀତ କରିବାକୁ ଅନୁଦାନ ଆଣିଛନ୍ତି।
ଧର୍ମେନ୍ଦ୍ର ପ୍ରଧାନଙ୍କ ଭିଜନ୍ ହେଉଛି ଓଡ଼ିଶା ଗଠନର 100 ବର୍ଷ ପୂର୍ତ୍ତି 2036 ସୁଦ୍ଧା ରାଜ୍ୟକୁ ବିକଶିତ ଶ୍ରେଣୀରେ ପହଞ୍ଚାଇବା। ଏଥିପାଇଁ ତାଙ୍କର 5-ଏସ ଫର୍ମୁଲା ହେଲା ସ୍କିଲ, ସ୍କେଲ, ସ୍ପୀଡ଼ , ଷ୍ଟାଣ୍ଡାର୍ଡ ଓ ଷ୍ଟାର୍ଟପ । ସେ ଚାହୁଁଛନ୍ତି ଓଡ଼ିଶାର ପିଲା ଦାଦନ ଖଟିବାକୁ ବାହାରକୁ ନଯାଉ। ଓଡ଼ିଶାରେ ହିଁ ଶିଳ୍ପ, ଆଇଟି , ପର୍ଯ୍ୟଟନ ଓ ଷ୍ଟାର୍ଟଅପ୍ ଜରିଆରେ ନିଯୁକ୍ତି ସୃଷ୍ଟି ହେଉ। ପୁରୀକୁ ବିଶ୍ୱ ଐତିହ୍ୟ ସହର, ଭୁବନେଶ୍ୱରକୁ ଶିକ୍ଷା ହବ୍ ଓ ଉପକୂଳ ଓଡ଼ିଶାକୁ ବ୍ଲୁ ଇକୋନୋମିର କେନ୍ଦ୍ର କରିବା ତାଙ୍କ ଲକ୍ଷ୍ୟ। କେନ୍ଦ୍ରୁ ଓଡ଼ିଶା ପାଇଁ ଅଧିକ ପାଣ୍ଠି, ପ୍ରକଳ୍ପ ଓ ନୀତିଗତ ସହାୟତା ଆଣିବାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ।
ସାଧାରଣ ପରିବାରୁ ଆସିଥିବା ଜଣେ ଛାତ୍ର ନେତା ନିଜ ପରିଶ୍ରମ, ଦୂରଦୃଷ୍ଟି ଓଡ଼ିଆ ଅସ୍ମିତା ପ୍ରତି ନିଷ୍ଠା ବଳରେ ଆଜି ଦେଶର ନୀତି ନିର୍ଦ୍ଧାରଣ କରୁଛନ୍ତି। ବିରୋଧୀ ବି ସ୍ୱୀକାର କରନ୍ତି ଯେ ଦିଲ୍ଲୀରେ ଓଡ଼ିଶାର ସ୍ୱରକୁ ସବୁଠାରୁ ଶକ୍ତିଶାଳୀ ଭାବେ ଉଠାଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ସେଥିପାଇଁ ତାଙ୍କୁ କୁହାଯାଏ ବିକଶିତ ଓଡ଼ିଶାର ନାୟକ। ତାଙ୍କ ଯାତ୍ରା ଓଡ଼ିଶାର ଲକ୍ଷ ଲକ୍ଷ ଯୁବକଙ୍କ ପାଇଁ ପ୍ରେରଣା।

ଦୁର୍ଗା ମାଧବ ପାଣିଗ୍ରାହୀ (କାବୁ ) ଗଞ୍ଜାମ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ