ତେହରିକ୍ ଏ ତାଲିବାନ୍ର ପାକିସ୍ତାନ ମୁଖ୍ୟ ନିହତ
କାବୁଲ : ତେହରିକ୍ ଏ ତାଲିବାନ୍ର (ଟିଟିପି) ପାକିସ୍ତାନ ମୁଖ୍ୟଙ୍କୁ ଆଫଗାନିସ୍ତାନରେ ଗୁଳି କରି ହତ୍ୟା କରାଯାଇଛି । ଆଫଗାନିସ୍ତାନର ଖୋସ୍ତ ପ୍ରଦେଶରେ ଟିଟିପି କମାଣ୍ଡର କାରୀ ସଫିଉଲ୍ଲା ମେହସୁଦ୍ ନିହତ ହୋଇଛନ୍ତି । ଖୋସ୍ତ ପ୍ରଦେଶର ଗୁଲୁନ୍ ସେନା କ୍ୟାମ୍ପ ବାହାରେ ଏହି ଘଟଣା ସଂଗଠିତ ହୋଇଥିଲା । ହକ୍କାନୀ ନେଟଓ୍ବର୍କ ପକ୍ଷରୁ ଏହି ଆକ୍ରମଣ କରାଯାଇଥିଲା। ୨୦୦୭ରେ ଟିଟିପି ପ୍ରତିଷ୍ଠିତ ହୋଇଥିବା ବେଳେ ବର୍ତ୍ତମାନ ଏହା ୪ ଭାଗରେ ବିଭକ୍ତ ହୋଇଯାଇଛି । ମେହସୁଦ୍ ଏହି ୪ ସଙ୍ଗଠନକୁ ଏକତ୍ର କରିବାର ଚେଷ୍ଟା ଚଳାଇଥିବାବେଳେ ଏହା ଟିଟିପି ପାଇଁ ବଡ ଧକ୍କା ଏବଂ ଆଫଗାନୀ ସେନା ପାଇଁ ବଡ ସଫଳତା ଭାବରେ ବିବେଚନା କରାଯାଉଛି ।


