ମାନବିକ ଅଧିକାର କମିଶନଙ୍କ ଶ୍ରୀବଳଦେବଜୀଉ ଦର୍ଶନ

କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):ରାଜ୍ୟ ମାନବାଧିକାର କମିଶନଙ୍କ ସଦସ୍ୟ ଚିତ୍ତରଞ୍ଜନ ମହାପାତ୍ର ସପରିବାର ଆଜି କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି। ଶ୍ରୀ ମହାପାତ୍ର ଶ୍ରୀବଳଦେବଜୀଉଙ୍କୁ ଦର୍ଶନ କରିବା ପରେ ବେଢା ପରିକ୍ରମା ସହ ମହାଲକ୍ଷ୍ମୀଙ୍କ ମନ୍ଦିର, ନବଗ୍ରହଙ୍କ ମନ୍ଦିର ଓ କନକଦୁର୍ଗାଙ୍କ ମନ୍ଦିର ପ୍ରଭୃତିକୁ ଯାଇ ଦର୍ଶନ କରିଥିଲେ। ଏହି ଦର୍ଶନ ସମୟରେ ଶ୍ରୀବଳଦେବଜୀଉଙ୍କ ଦେବୋତ୍ତର ନ୍ୟାସର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ, ସେବାୟତ ଜ୍ୟୋତିରଞ୍ଜନ ପତ୍ରୀ ଓ ଭଗବାନ ସୁଆରଙ୍କ ସମେତ ଅନ୍ୟ ସେବାୟତମାନେ ଉପସ୍ଥିତ ରହି ତାଙ୍କୁ ସ୍ୱାଗତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ