ଗଞ୍ଜାଇ ଜବତ : ୨ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ

କଟକ(ଓ୍ବାଇଏନଏସ) : କଟକ କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ ଦ୍ୱାରା ୩୩ କେଜି ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଦ୍ୱୟ ହୋଉଛନ୍ତି ପଶ୍ଚିମବଙ୍ଗ ଆଜିମଗଞ୍ଜର ପ୍ରଦୀପ ମଣ୍ଡଳ (୪୫), ପଶ୍ଚିମବଙ୍ଗ ସୋନାଖାଲିର ତନ୍ମୟ ଗାୟଣ (୨୦)। ସୂଚନାଥାଉକି, ଆଜି ସକାଳୁ ବାଲିକୁଦା ଛକ ଓ ଜଗତପୁର ରାସ୍ତାରେ ଏହି ପଶ୍ଚିମବଙ୍ଗ ଅଭିଯୁକ୍ତ ଦୁଇ ଜଣ ଗଞ୍ଜେଇ ନେଇ ଯାଉଥିବା ସମୟରେ ଖବର ପାଇ କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ ତରଫରୁ ଚଢ଼ାଉ କରାଯାଇଥିଲା । ପରେ ଏମାନଙ୍କ ନିକଟରୁ ୩୩ କେଜି ଗଞ୍ଜେଇ ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲା। ଏହି ଚଢ଼ାଉରେ ଅବକାରୀ ବିଭାଗର ଇନ୍ସପେକ୍ଟର ଅବନୀ କୁମାର ମହାପାତ୍ର, ଏସଆଇ ସୌମ୍ୟ ରଞ୍ଜନ ମାଝୀ, ଏଏସଆଇ କିଶୋର ଚନ୍ଦ୍ର ରାଉତ, କନେଷ୍ଟବଳ ମାନସ ରଞ୍ଜନ ବେହେରା ଓ ସତ୍ୟବ୍ରତ ସାହୁ ସାମିଲ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ