ସ୍ୱେଚ୍ଛାକୃତ ରକ୍ତଦାନ ଶିବିର
ଛତ୍ରପୁର(ଓ୍ବାଇଏନଏସ): ଗଞ୍ଜାମ ଜିଲ୍ଲାର ଯୁବ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଆଜି ଛତ୍ରପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ରେ ଆୟୋଜିତ ବିଶାଳ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ୧୫୦୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇ ଏକ ନୂଆ କୀର୍ତ୍ତିମାନ ସ୍ଥାପିତ ହୋଇଛି। ଏହି ଅଭୂତପୂର୍ବ ସଫଳତା ଓଡ଼ିଶାର ରକ୍ତଦାନ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି। ଶିବିରରେ ହଜାର ହଜାର ସ୍ୱେଚ୍ଛାସେବୀ ଓ ସାଧାରଣ ଲୋକଙ୍କ ଉତ୍ସାହଜନକ ସମାଗମ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କ ପ୍ରତି ଲୋକଙ୍କ ଆସ୍ଥା, ସମର୍ଥନ ଏବଂ ସାମାଜିକ ସେବା ପ୍ରତି ଥିବା ଅଙ୍ଗୀକାରର ପ୍ରତିଫଳନ ବୋଲି ଅନେକେ ମତ ପ୍ରକାଶ କରିଛନ୍ତି।


