ବିଜେପି ସାଙ୍ଗଠନିକ ବୈଠକ

ଅସ୍ତରଙ୍ଗ/କାକଟପୁର,(ଶୁଭାଶିଷ ଖଣ୍ଡୁଆଳ): କେନ୍ଦ୍ର ଓ ରାଜ୍ୟରେ ବିଜେପିର ଡବଲ ଇଞ୍ଜିନ ସରକାର ଗଠନ ପରେ ଏବେ ତୃଣମୂଳ ସ୍ତରରେ ସଙ୍ଗଠନକୁ ଇସ୍ପାତ ଭଳି ମଜବୁତ କରିବାକୁ ଦଳ ମୈଦାନକୁ ଓହ୍ଲାଇଛି। ଏହି କ୍ରମରେ ପୁରୀ ଜିଲ୍ଲା କାକଟପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅସ୍ତରଙ୍ଗ ବ୍ଲକ ଅଧୀନ ମାଣ୍ଡୁକି ପଞ୍ଚାୟତରେ ସ୍ୱତନ୍ତ୍ର ଏସଆଇଆର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରୁ ସ୍ପଷ୍ଟ ସଙ୍କେତ ମିଳିଛି ଅବ କି ବାର୍ ପଞ୍ଚାୟତ ସରକାର, ଜଗତସିଂହପୁର ସାଂସଦ ବିଭୂ ପ୍ରସାଦ ତରାଇଙ୍କ ଅସ୍ତରଙ୍ଗ ବ୍ଲକ ପ୍ରତିନିଧି ଦିବାକର ଛାଟୋଇ ଓ ଅସ୍ତରଙ୍ଗ ୧ନଂ ମଣ୍ଡଳ ସଭାପତି ଇନ୍ଦ୍ରମଣୀ ଜେନାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବୈଠକରେ ମଣ୍ଡଳର ବରିଷ୍ଠ ନେତା, ଶକ୍ତିକେନ୍ଦ୍ର ପ୍ରମୁଖ, ବୁଥ୍ ସଭାପତି ଓ ବହୁ ସଂଖ୍ୟକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ବୈଠକ ପୂର୍ବରୁ ଦିବାକର ଛାଟୋଇ ଓ ଇନ୍ଦ୍ରମଣୀ ଜେନା ମଣ୍ଡଳ ଅଧୀନ ସମସ୍ତ ପଞ୍ଚାୟତ ପରିଦର୍ଶନ କରି ବୁଥ୍ ସ୍ତରୀୟ ସାଂଗଠନିକ ସ୍ଥିତି ଅନୁଧ୍ୟାନ କରିଥିଲେ। ପରେ ମାଣ୍ଡୁକୀରେ ବୁଥ୍ କର୍ମୀଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରି ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି।ବୈଠକ ରେ ଉଦବୋଧନ ଦେଇ ସାଂସଦ ପ୍ରତିନିଧି ଦିବାକର ଛାଟୋଇ କହିଲେ, କେନ୍ଦ୍ରରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଜ୍ୟରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ବିଜେପିର ଡବଲ ଇଞ୍ଜିନ ସରକାର ବିକାଶର ନୂଆ ଅଧ୍ୟାୟ ଲେଖୁଛି। ଆମ ସାଂସଦ ବିଭୂ ପ୍ରସାଦ ତରାଇଙ୍କ ସ୍ପଷ୍ଟ ନିର୍ଦେଶ ପ୍ରତି ବୁଥ୍ ଜିତିବା, ପ୍ରତି ଘରେ ପହଞ୍ଚିବା। ଏସଆଇଆର ରିପୋର୍ଟ ଅନୁସାରେ ଯେଉଁ ବୁଥ୍ ଦୁର୍ବଳ ଅଛି, ସେଠାରେ ଆମେ ଡୋର-ଟୁ-ଡୋର କ୍ୟାମ୍ପେନ କରିବୁ। ମୋଦୀ ସରକାରଙ୍କ ଐତିହାସିକ ଯୋଜନା ଏବଂ ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନା ବିଷୟରେ ମା’ ଭଉଣୀଙ୍କୁ ବୁଝାଇବୁ। କେନ୍ଦ୍ର-ରାଜ୍ୟ ମିଶି ଅସ୍ତରଙ୍ଗର ବିକାଶ ହେବ, ଅସ୍ତରଙ୍ଗ ମଣ୍ଡଳ ସଭାପତି ଇନ୍ଦ୍ରମଣୀ ଜେନା କହିଥିଲେ, ଦୀର୍ଘ ୨୪ ବର୍ଷର ବିଜେଡି ଶାସନରେ ଅସ୍ତରଙ୍ଗ ବ୍ଲକ ବିକାଶରୁ ବଞ୍ଚିତ ରହିଛି। ରାସ୍ତା, ପାଣି, ସ୍ୱାସ୍ଥ୍ୟ ସବୁଥିରେ ଲୋକେ ଅବହେଳିତ। ଏବେ ଲୋକ ପରିବର୍ତନ ଚାହୁଁଛନ୍ତି। ଆମେ ପ୍ରତି ପଞ୍ଚାୟତରେ ବୁଥ୍ କମିଟିକୁ ପୁନର୍ଗଠନ କରି ଯୁବ ଓ ମହିଳା ଶକ୍ତିକୁ ସାମିଲ କରିଛୁ। ଏସଆଇଆର ସମୀକ୍ଷାରୁ ସ୍ପଷ୍ଟ ହୋଇଛି ଯେ ମହିଳା ଓ ଯୁବଗୋଷ୍ଠୀ ପୂରା ବିଜେପି ସହ ଅଛନ୍ତି। ଡବଲ ଇଞ୍ଜିନ ସରକାର ପାଇପ୍ ଯୋଗେ ପାନୀୟ ଜଳ, ପିଏମ ଆବାସରେ ପକ୍କା ଘର, କୃଷକ ସମ୍ମାନ ନିଧି ଏବଂ ୩୧୦୦ ଟଙ୍କା ଧାନ ଏମଏସପି ଦେଉଛି। ଏହା ପୂର୍ବ ସରକାର କେବେ କରିନଥିଲେ। ଆଗାମୀ ପଞ୍ଚାୟତ ନିର୍ବାଚନରେ ଅସ୍ତରଙ୍ଗ ୧ନଂ ମଣ୍ଡଳର ଅଧିକାଂଶ ପଞ୍ଚାୟତରେ ବିଜେପି ବିଜୟ ବାନା ଉଡାଇବ। କାର୍ଯ୍ୟକର୍ତ୍ତାଙ୍କ ଉତ୍ସାହ ଦେଖିଲେ ଲାଗୁଛି ପଞ୍ଚାୟତରୁ ପାର୍ଲିଆମେଣ୍ଟ ଯାଏଁ ଖାଲି ପଦ୍ମ ହିଁ ପଦ୍ମ।ବୈଠକରେ ବୁଥ୍ ସ୍ତରୀୟ ସାଂଗଠନିକ ସମସ୍ୟା, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ପ୍ରଚାର-ପ୍ରସାର, ନୂତନ ଭୋଟର ତାଲିକା ସଂଶୋଧନ ଏବଂ ମିସ୍ କଲ୍ ସଦସ୍ୟତା ଅଭିଯାନ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ମାଣ୍ଡୁକୀ ସମେତ ଅସ୍ତରଙ୍ଗ ମଣ୍ଡଳର ସମସ୍ତ ପଞ୍ଚାୟତରେ ପର୍ଯ୍ୟାୟକ୍ରମେ ଏଭଳି ସମୀକ୍ଷା ବୈଠକ ଜାରି ରହିବ ଏବଂ ଅଗଷ୍ଟ ସୁଦ୍ଧା ସମସ୍ତ ବୁଥ୍ କମିଟି ସକ୍ରିୟ ହୋଇଯିବ ବୋଲି ମଣ୍ଡଳ ସଭାପତି ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ