3 କୋଟି ଟଙ୍କାରୁ ଉର୍ଦ୍ଧ ଗଞ୍ଜେଇକୁ ପୋଡି କରାଗଲା ନଷ୍ଟ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଜବତ କରିଥିବା 3 କୋଟି ଟଙ୍କାରୁ ଉର୍ଦ୍ଧ ଗଞ୍ଜେଇକୁ ପୋଡି ନଷ୍ଟ କରି ଦିଆଯାଇଥିବା ସୂଚନା ମିଳିଛି. ଆର. ଉଦୟଗିରି ଜେଏମଏଫ୍ସିଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇର ତାଲିକା ପ୍ରସ୍ତୁତ କରାଯାଇଥିଲା । ଜବତ ହୋଇଥିବା 3,116 କିଲୋ ଗଞ୍ଜେଇକୁ ସମ୍ପୂର୍ଣ ନଷ୍ଟ କରିବାକୁ ଏକ ପ୍ରସ୍ତାବ ଡ୍ରଗ୍ ଡିସ୍ପୋଜାଲ କମିଟିଙ୍କ ନିକଟକୁ ପଠାଯାଇଥିଲା । ସେଠାରୁ ମଞ୍ଜୁରୀ ମିଳିବା ମିଳିବା ପରେ ଗତକାଲି ଗଞ୍ଜାମ ଜିଲା ଅନ୍ତର୍ଗତ ଶେରଗଡ଼ ଗ୍ରାମ ସ୍ଥିତ ବିଦ୍ୟୁତ ଚୁଲାରେ ପୋଡ଼ି ନଷ୍ଟ କରାଯାଇଛି । ଏହି ସମୟରେ ଡ୍ରଗ୍ ଡିସପୋଜାଲ କମିଟି ଅଧ୍ଯକ୍ଷ, ଗଜପତି ଜିଲା ଆରକ୍ଷୀ ଅଧୀକ୍ଷକ, ଡିଏସପି (ମୁଖ୍ୟାଳୟ), ଡେପୁଟି କଲେକ୍ଟର ଏବଂ ଆର.ଉଦୟଗିରି ଥାନା ଆଇଆଇସି ଉପସ୍ଥିତ ରହିଥିଲେ । ସମସ୍ତ ପ୍ରକ୍ରିୟା ଆଇନଗତ ଅନୁସାରେ ସମ୍ପନ୍ନ କରାଯାଇଥିବା ଆର. ଉଦୟଗିରି ଏସଡ଼ିପିଓ ରାକେଶ କୁମାର ସାହୁ ସୂଚନା ପ୍ରଦାନ କରିଛନ୍ତି।


