ମହାଲକ୍ଷ୍ମୀ ମନ୍ଦିର ପ୍ରତିଷ୍ଠା ଉତ୍ସବ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡାର ଆରାଧ୍ୟ ତୁଳସୀ କ୍ଷେତ୍ରାଧିପତି ସିଦ୍ଧ ଶ୍ରୀବଳଦେବଜୀଉଙ୍କ ମନ୍ଦିର ପରିସରରେ ପ୍ରତିଷ୍ଠିତ ମହାଲକ୍ଷ୍ମୀ ମନ୍ଦିରର ବାର୍ଷିକ ପ୍ରତିଷ୍ଠା ଉତ୍ସବ ରୀତି ନୀତି ଅନୁଯାଇ ଅନୁଷ୍ଠିିତ ହୋଇଯାଇଛି। ଏନେଇ ଶୁକ୍ରବାର ଚମ୍ପକ ଦ୍ୱାଦଶୀ ଅବସରରେ ମହାଲକ୍ଷ୍ମୀଙ୍କୁ ଷୋଡଶ ଉପଚାରରେ ପୂଜାର୍ଚ୍ଚନା କରାଯିବା ସହ ସ୍ୱତନ୍ତ୍ର ଭାବେ ହୋମଯଜ୍ଞର ଆୟୋଜନ କରାଯାଇଥିଲା। ଜିଲ୍ଲା କୈବର୍ତ୍ତ ସମାଜ ପକ୍ଷରୁ ପ୍ରତିଷ୍ଠିତ ମହାଲକ୍ଷ୍ମୀ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଶତାଧିକ କୈବର୍ତ୍ତ ସମାଜର ନେତୃସ୍ଥାନୀୟ ବ୍ୟକ୍ତିମାନେ ଯୋଗଦେଇ ପୂଜାର୍ଚ୍ଚନାରେ ଅଂଶଗ୍ରହଣ କରିଥିଲେ। ଏହାପରେ ସେମାନେ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ। ଏହି ଆଲୋଚନାରେ ସର୍ବଶ୍ରୀ କୁଳମଣୀ ବେହେରା, ସୁରେନ୍ଦ୍ରନାଥ ବେହେରା, ବିଜୟ ବେହେରା, ଅକ୍ଷୟ ବେହେରା, ଦିଲ୍ଲିପ ମହାପାତ୍ର, ଫକିର ବେହେରା, ଦିଲ୍ଲିପ ବେହେରା, ସଚ୍ଚିଦାନନ୍ଦ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ। ସର୍ବଶେଷରେ କୈବର୍ତ୍ତ ସମାଜ ମାହଲ ପଣ୍ଡା ନୃସିଂହ ପ୍ରସାଦ ପତ୍ରୀ ଅର୍ଶ୍ରିବଚନ ପ୍ରଦାନ କରିଥିଲେ।


