ଗଞ୍ଜାମ ଜିଲ୍ଲାପାଳଙ୍କ ଆସିକା ସମବାୟ ଚିନିଶିଳ୍ପରେ ସମୀକ୍ଷା

ଆସିକା (ୱାଇଏନ୍‍ଏସ୍‍): ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତିଭାସନ ଆସିକା ସମବାୟ ଚିନିଶିଳ୍ପ ଲିଃକୁ ପରିଦର୍ଶନରେ ଆସି ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିବା ସାଙ୍ଗକୁ ଶିଳ୍ପାନୁଷ୍ଠାନ ପରିସରଭୁକ୍ତ ଚିନି ଉତ୍ପାଦନ ୟୁନିଟ୍‍, ବୋତଲ୍‍ ମଦ ଉତ୍ପାଦନ ୟୁନିଟ୍‍, ଏଫୁଲେଣ୍ଟ ଟ୍ରିଟ୍‍ ପ୍ଳାଣ୍ଟ, ମୋଲାସେସ୍‍ ଗଚ୍ଛିତ କେନ୍ଦ୍ର, ୱେର୍‍ ହାଇସ୍‍ ସମେତ ବିଭିନ୍ନ ଅଞ୍ଚଳକୁ ଗସ୍ତ କରି ବିଭାଗୀୟ ଅଧିକାରୀମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିବା ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତିଭାସନ୍‍ ଆସିକା ସମବାୟ ଚିନିଶିଳ୍ପ ନିକଟରେ ପହଞ୍ଚିବା ପରେ ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡା ଓ ପରିଚାଳନା ପରିଷଦର ସଭାପତି ରବିନ୍ଦ୍ର ପଣ୍ଡାଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରି ଶିଳ୍ପାନୁଷ୍ଠାନ ପରିସରକୁ ପାଛୋଟି ନେଇଥିଲେ । ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତିଭାସନ୍‍ ଆସିକା ସମବାୟ ଚିନିଶିଳ୍ପର ମୁଖ୍ୟ ପ୍ରବେଶପଥ ନିକଟରେ ପୂଜା ପାଉଥିବା ବିଘ୍ନ ବିନାଶକ ଅଗ୍ରପୂଜ୍ୟ ଗଣେଶଙ୍କ ପ୍ରତିମୂର୍ତ୍ତିରେ ପୂଜାର୍ଚ୍ଚନା କରିବା ପରେ ଚିନିଶିଳ୍ପ ପରିସରରେ ପରିବେଶର ସୁରକ୍ଷା ଲାଗି ଏକ ଚାରାରୋପଣ କାର୍ଯ୍ୟକ୍ରମରେ ଯୋଗଦେବା ସାଙ୍ଗକୁ ଶିଳ୍ପାନୁଷ୍ଠାନର ବିଭିନ୍ନ ଅଞ୍ଚଳକୁ ଗସ୍ତ କରିଥିବା ଦେଖିବାକୁ ମିଳିଥିଲା । ଆସିକା ସମବାୟ ଚିିନିଶିଳ୍ପର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତନଭାସନ୍‍ ଏବଂ ଗଞ୍ଜାମ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ସମବାୟ ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡା, ପରିଚାଳନା ପରିଷଦର ସଭାପତି ରବିନ୍ଦ୍ର ପଣ୍ଡା, ଶିଳ୍ପାନୁଷ୍ଠାନର ସଂପାଦକ ସନ୍ତୋଷ କୁମାର ମଲିକ, ବରିଷ୍ଠ ପରିଚାଳକ ପ୍ରକ୍ରିୟାକରଣ (ଏସ୍‍ଏମ୍‍ପି) ଶ୍ରୀନିବାସ ମହାପାତ୍ର, ମୁଖ୍ୟ ଯନ୍ତ୍ରୀ ଇଂ କେଦାରନାଥ ସାହୁ, ସିଭିଲ୍‍ ଇଞ୍ଜିନିୟର ଇଂ ଅରୁଣ କୁମାର ପାତ୍ର, ଭାରପ୍ରାପ୍ତ ଡିଷ୍ଟିଲେରୀ କେମିଷ୍ଟ ଅକ୍ଷୟ କୁମାର ସ୍ୱାଇଁ, ଆଖୁ ପରାମର୍ଶଦାତା ବଳରାମ ସୁବୁଦ୍ଧି, ସୁରକ୍ଷା ଅଧିକାରୀ ଜଗଦିଶ୍‍ ପାତ୍ର, ପରିଚାଳନା ପରିଷଦର ସଦସ୍ୟ ସନ୍ତୋଷ କୁମାର ପ୍ରଧାନ, ବସନ୍ତ ଦଳେଇ, ପୂର୍ଣ୍ଣଚନ୍ଦ୍ର ବରାଡ, ଉଦୟନାଥ ପ୍ରଧାନ, ନିରଞ୍ଜନ ପ୍ରଧାନ, ସରିତ ପ୍ରଧାନଙ୍କ ସମେତ ବହୁ ବରିଷ୍ଠ ପଦାଧିକାରୀଙ୍କ ଉପସ୍ଥିତିରେ ଶିଳ୍ପାନୁଷ୍ଠାନ ପରିସରଭୁକ୍ତ ଅଞ୍ଚଳରେ ଆଖୁ ଉତ୍ପାଦନ ବୃଦ୍ଧି, ବନ୍ଦ ହୋଇରହିଥିବା ଡିଷ୍ଟିଲେରୀକୁ କାର୍ଯ୍ୟକ୍ଷମ, ଶିଳ୍ପାନୁଷ୍ଠାନର ଅର୍ଥନୈତିକ ଅଭିବୃଦ୍ଧି, କାର୍ଯ୍ୟରତ ଏନ୍‍ଏମ୍‍ଆର୍‍ ଏବଂ ଆଉଟସୋର୍ସିଂ କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟାର ସମାଧନ, ବନ୍ୟ ପ୍ରାଣୀଙ୍କ କବଳରୁ ଆଖୁଫସଲକୁ ସୁରକ୍ଷା, ଆଖୁକ୍ଷେତକୁ ଜଳସେଚନର ସୁବିଧା, ଆଖୁଚାଷୀମାନଙ୍କୁ ଇନ୍‍ପୁଟ୍‍ ସବ୍‍ସିଡି ପ୍ରଦାନ, ଜବରଦଖଲକାରୀଙ୍କ କବଳରୁ ଆସିକା ସମବାୟ ଚିନିଶିଳ୍ପର ମୂଲ୍ୟବାନ ଜାଗାର ଉଦ୍ଧାର, ସମବାୟ ଚିନିଶିଳ୍ପରୁ ଉତ୍ପାଦିତ ବୋତଲ୍‍ ମଦକୁ ଖୋର୍ଦ୍ଧା, ନିର୍ଗୁଣ୍ଡି, ବାଲେଶ୍ୱର ଓ ଚଣ୍ଡିଖୋଲ ମଦ ନିଗମକୁ ପରିବହନ କରୁଥିବା ଟ୍ରକ ମାଲିକମାନଙ୍କ ସମସ୍ୟା ସମେତ ବିଭିନ୍ନ ବିଷୟ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ଆସିକା ସମବାୟ ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡା ଶିଳ୍ପାନୁଷ୍ଠାନର ବିଭିନ୍ନ ସମସ୍ୟା ସଂପର୍କରେ ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତଭାସନ୍‍ଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଦେଖିବାକୁ ମିଳିଥିଲା । ଗଞ୍ଜାମ ଜିଲ୍ଲାର ଏକମାତ୍ର କୃଷିଭିତ୍ତିକ ଶିଳ୍ପାନୁଷ୍ଠାନ ଭାବେ ସୁଖ୍ୟାତି ଅର୍ଜନ କରିଆସିଥିବା ୧୯୬୩ ମସିହା ଡିସେମ୍ବର ମାସରୁ ଦୀର୍ଘ ପ୍ରାୟ ୬୩ ବର୍ଷ ଧରି ଆଖୁପେଡି ଉନ୍ନତ ମାନର ଚିନି ଉତ୍ପାଦନ ସାଙ୍ଗକୁ ପରବର୍ତ୍ତୀ ସମୟରେ ବିଶୁଦ୍ଧ ବୋତଲ୍‍ ମଦ (ଆସ୍କା ଫର୍ଟି) ପ୍ରସ୍ତୁତ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇପାରିଥିବା ଏହି ପୁରାତନ ସମବାୟ ଭିତ୍ତିକ ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡାଙ୍କ ଅକ୍ଳାନ୍ତ ପ୍ରଚେଷ୍ଟାରେ ଚିନିଶିଳ୍ପର ଅତୀତ ଇତିହାସରେ ପ୍ରଥମ ଥର ପାଇଁ ୨୦୨୫-୨୬ ଆର୍ଥିକ ବର୍ଷରେ ପ୍ରାୟ ୨୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଲାଭ ହୋଇଥିବା ଜଣାପଡିଛି । ଆସିକା ସମବାୟ ଚିନିଶିଳ୍ପରୁ ଉତ୍ପାଦିତ ହେଉଥିବା ଆସ୍କା ଫର୍ଟି (ଆସ୍କା-୪୦) ଆଗାମୀ କିଛି ଦିନ ମଧ୍ୟରେ ଲେମନ୍‍ ଅରେଞ୍ଜ ଭଳି ନୁଆଁ ସ୍ୱାଦରେ ଉପଲବ୍ଧ ହେବାର କାର୍ଯ୍ୟକ୍ରମ ରହିଥିଲା ବେଳେ ଏହା ଆସିକା ସମବାୟ ଚିନିଶିଳ୍ପର ଅର୍ଥନୈତିକ ଅଭିବୃଦ୍ଧିକୁ ବୃଦ୍ଧି କରିବାରେ ବେଶ୍‍ ସହାୟକ ହୋଇପାରିବ ବୋଲି ସମବାୟପ୍ରେମୀ ମହଲରେ ଆଲୋଚିତ ହେଉଥିବା ଦେଖିବାକୁ ମିଳୁଛି । ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତିଭାସନ୍‍ଙ୍କ ଆସିକା ସମବାୟ ଚିନିଶିଳ୍ପକୁ ପରିଦର୍ଶନ ଏବଂ ସମୀକ୍ଷା କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ଶିଳ୍ପାନୁଷ୍ଠାନର କର୍ମଚାରୀ ଅନିଲ୍‍ କୁମାର ଦାଶ, ସୁଶାନ୍ତ କୁମାର ପାତ୍ର, ଜିତେନ୍ଦ୍ର କୁମାର ଜେନା, ବିକାଶ ପଟ୍ଟନାୟକ, ଉଲ୍ଲାସ ରେଡିି, ବିଶ୍ୱନାଥ ପାଣିଗ୍ରାହୀ, ରାଜେଶ୍‍ କୁମାର ନାୟକ, ଜଗନ୍ନାଥ ପଟ୍ଟନାୟକ, ଚାପଧର ରାଉତ, ବିଷ୍ଣୁପ୍ରସାଦ ଜେନା, ସତ୍ୟବାନ୍‍ ଲେଙ୍କା, ସନ୍ତୋଷ କୁମାର ପଟ୍ଟନାୟକ, ପ୍ରଶାନ୍ତ କୁମାର ନାୟକଙ୍କ ସମେତ ବହୁ କର୍ମଚାରୀ ସକ୍ରିୟ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ