ଆସିକା ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ପୋଲିଓ ଅଭିଯାନ
ଆସିକା (ୱାଇଏନ୍ଏସ୍) :ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଜାତୀୟ ସ୍ୱାସ୍ଥ୍ୟ ମିଶନ୍, ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ପରାମର୍ଶକ୍ରମେ ଆସିକା ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ରବିବାର ଠାରୁ ପଲ୍ସ ପୋଲିଓ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଆସିକା ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ବାଲ୍ଗୋପାଳ ବେହେରାଙ୍କ ସଂଯୋଜନା ଓ ମହିଳା ସ୍ୱାସ୍ଥ୍ୟ କର୍ମୀ ଡି.ସରସ୍ୱତୀ ରାଓଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆସିକା ପୌର ପରିଷଦ ପରିସରଭୁକ୍ତ ୧୮ଟି ୱାର୍ଡରେ ୧୪ଟି ବୁଥ୍ ଓ ଗୋଟିଏ ଟ୍ରାଞ୍ଜିଟ୍ ବୁଥ୍ କରାଯାଇ ପ୍ରାୟ ୧୮ ଶହରୁ ଉର୍ଦ୍ଧ୍ୱ ଶୂନ୍ୟରୁ ୫ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ଦୁଇ ବୁନ୍ଦା ପୋଲିଓ ଖାଇବାକୁ ଦିଆଯିବା ସାଙ୍ଗକୁ ଶିଶୁମାନଙ୍କ ସଂପୁର୍ଣ୍ଣ ଟୀକାକରଣ କରିବା ପାଇଁ ସେମାନଙ୍କ ଅଭିଭାବକମାନଙ୍କୁ ସଚେତନ କରାଯାଇଥିବା ଲକ୍ଷ୍ୟ କରାଯାଇଥିଲା । ନିଜ ପିଲାର ସୁରକ୍ଷାରେ କୌଣସି ହେଳା ନକରି ପୋଲିଓ ବୁନ୍ଦା ପ୍ରତ୍ୟେକ ଥର ଦେଇ ସଂପୁର୍ଣ୍ଣ ପୋଲିଓ ନିରାକରଣରେ ଯୋଗଦାନ କରିବାକୁ ଆହ୍ୱାନ କରାଯାଇଥିବା ଦେଖିବାକୁ ମିଳିଥିଲା । ଆସିକା ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ପୋଲିଓ ଦିବସ ପାଳନ ଅବସରରେ ପୌର ପରିଷଦ ପରିସରଭୁକ୍ତ ଅଞ୍ଚଳରେ ରବିବାର ଠାରୁ ଆରମ୍ଭ ହୋଇଥିବା ପୋଲିଓ ଅଭିଯାନ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ଅଙ୍ଗନବାଡି କର୍ମୀ ନିବେଦିତା ପଟ୍ଟନାୟକ, ସୁଚିତ୍ରା ଦାଶ, ମନୋରମା ପଟ୍ଟନାୟକ, ଗୀତାଞ୍ଜଳୀ ପଣ୍ଡା, ସ୍ୱପ୍ନାରାଣୀ ବେହେରା, ଗୋଲାପରାଣୀ ସ୍ୱାଇଁ, ସବିତା କୁମାରୀ ସାହୁ, ଅନିତା କୁମାରୀ ପଣ୍ଡା, ଅନିତା ବିଶ୍ୱାଳ, ସସ୍ମିତା ଗୌଡ, ରଶ୍ମିତାରାଣୀ ସାବତ, ସୁନିତା ପଣ୍ଡା, ଶେଳକୁମାରୀ ଦେବୀ, ରୀତାରାଣୀ ବିଷୋୟୀ, କୁନି ସାହୁ, ଶୁଭଲକ୍ଷ୍ମୀ ପାତ୍ର, ଆରତୀ ପଟ୍ଟନାୟକ, ସସ୍ମିତା ପାଢୀ, ଆଶାକର୍ମୀ ସୁଜାତା କୁମାରୀ ଜେନାଙ୍କ ସମେତ ଆଶାକର୍ମୀ, ଏଏନ୍ଏମ୍, ଅଙ୍ଗନବାଡି କର୍ମୀମାନେ ସକ୍ରିୟ ସହଯୋଗ କରୁଥିବା ଦେଖିବାକୁ ମିଳୁଛି । ଯେଉଁ ଶିଶୁମାନେ ବୁଥ୍ରେ ପୋଲିଓ ବୁନ୍ଦା କୌଣସି କାରଣରୁ ନେଇପାରିନଥିବେ ସେମାନଙ୍କୁ ଆସନ୍ତା ୨୯ ଏବଂ ୩୦ ତାରିଖ ଦୁଇ ଦିନ ଧରି ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ଯାଇ ପୋଲିଓ ଡ୍ରପ୍ ପ୍ରଦାନ କରିବେ ବୋଲି ଜଣାପଡିଛି । ଶୂନରୁ ୫ ବର୍ଷ ବୟସର ପ୍ରତ୍ୟେକ ଶିଶୁ ଯେପରି ନିଶ୍ଚିତ ଭାବେ ପୋଲିଓର ଦୁଇ ବୁନ୍ଦା ଔଷଧ ଖାଇବେ ଏବଂ ଜଣେ ବି ଶିଶୁ ଯେପରି ପୋଲିଓ ବୁନ୍ଦା ଗ୍ରହଣରୁ ବଞ୍ଚିତ ନହେବେ ଏବଂ କାର୍ଯ୍ୟକ୍ରମର ଶତ ପ୍ରତିଶତ ଲକ୍ଷ୍ୟ ପୂରଣ ଯେପରି ହୋଇପାରିବ ତାହାକୁ ଦୃଷ୍ଟିରେ ରଖି ପଲ୍ସ ପୋଲିଓ ଟୀକାକରଣ କାର୍ଯ୍ୟର ସଫଳ ରୂପାୟନ ପାଇଁ ଆସିକା ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ମୁଖ୍ୟ ଚିକିତ୍ସାଧିକାରୀ ତଥା ଅଧୀକ୍ଷତ ଡାକ୍ତର ବାଲ୍ଗୋପାଳ ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବ୍ୟାପକ ପ୍ରସାର ଓ ପ୍ରଚାର ସାଙ୍ଗକୁ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିବା ଦେଖିବାକୁ ମିଳୁଛି ।


